ରତ୍ନମଣ୍ଡପରୁ ଆଡପ ମଣ୍ଡପ (ଗୀତାଞ୍ଜଳୀ ମିଶ୍ର,ବିନିକା)

 



🌹ରତ୍ନମଣ୍ଡପରୁ ଆଡପ ମଣ୍ଡପ🌹


ଦୂତିଆ ଦିନକୁ ଚାହିଁଛି କାଳିଆ

      ମାଉସୀଘରକୁ ଯିବ

ରଥପରେ ବସି ସେତ ଝୁଲୁ ଝୁଲି

     ଭକ୍ତଙ୍କୁ ଦର୍ଶନ ଦେବ ll 

ଭକତ ନୟନ ହୋଇବ ସମ୍ପୂର୍ଣ

   ଦେଖିଦେଲେ ରଥଯାତ

ରଥା ରୁଢେ ପ୍ରଭୁ କଲ୍ୟାଣ କରିବେ

      ପ୍ରଭୁ ସ୍ୱୟଂ ଜଗନ୍ନାଥ ll 

ଆଗରେ ବଳିଆ ପଛରେ କାଳିଆ

    ସୁଭଦ୍ରାଙ୍କୁ ସାଥେ ଧରି

ଅଗରୁ ଚନ୍ଦନ ପୁଷ୍ପର ସୁବାସେ 

     ଚହଟି ଉଠିବ ପୁରୀ ll

ଭାତୃ ଭଗ୍ନୀ ସାଥେ ବସି ତିନିରଥେ

    ବଡଦାଣ୍ଡେ ଦାଣ୍ଡେ ଯିବେ

ମାଉସୀଙ୍କ ଘରେ ଭିନ୍ନ ଅବତାରେ

      ଭକ୍ତଙ୍କୁ ଦର୍ଶନ ଦେବେ ll

ରତ୍ନ ସିଂହାସନେ ଶତ ଦରସନ

     ଆଡ଼ପେ ଥରେ ଦର୍ଶନ

ରଥା ରୁଢେ ଯଦି ଦର୍ଶନ କରିବ

      ନୋହିବ ପୁନରଜନମ ll 

🙏🙏🌷ଗୀତାଞ୍ଜଳି ମିଶ୍ର, ବିନିକା, ସୋନପୁର 🌷🙏🙏

Post a Comment

0 Comments