ପ୍ରିୟା ପାଇଁ ପଦେ (ଆଜାଦ ଚନ୍ଦ୍ର ମିଶ୍ର, କଳାହାଣ୍ଡି)

 *ପ୍ରିୟା ପାଇଁ ପଦେ*

ମୋ କବିତାର ନାୟିକା ଗୋ ତୁମେ

ପୂର୍ଣ୍ଣିମା ରାତିର ଜନ୍ହ

ତୁମକୁ ମୁହୂର୍ତ୍ତେ ନ ଦେଖିଲେ

ବୁଝେ ନାହିଁ ମୋର ମନ । 

ମୋ ସାହିତ୍ୟର ଅଳଙ୍କାର ତୁମେ

ସର୍ବ ଶୋଭାର ଗୋ ସଦ୍ମ

ମୋ ହୃଦୟର ରାଣୀ ଅଟ ତୁମେ 

ସରସୀ ଜଳର ପଦ୍ମ।

ମୋ ଲିଖନୀର ଭାବନା ଗୋ ତୁମେ

ସୁଖ ଦୁଃଖର ସାଥୀ

ଗଭୀର ପ୍ରେମର ଲାବଣ୍ୟ ଗୋ ତୁମେ

ମନେ ପଡ ଦିନ ରାତି।

ମୋ ଜୀବନର ଆଧାର ଗୋ ତୁମେ

ଖିଲି ଖିଲି ଦିଅ ହସି

ମୋ ପ୍ରେମ ସଙ୍ଗୀତର ମିଠା ସ୍ୱରହେଇ 

କଣ୍ଠ ରେ ଯାଅ ଗୋ ବସି । 

-----------------------------------

ଆଜାଦ ଚନ୍ଦ୍ର ମିଶ୍ର

କଳାହାଣ୍ଡି

ମୋବାଇ


ଲ ନମ୍ୱର୍: ୬୩୭୨୭୯୦୫୭୧

Post a Comment

0 Comments