🙏🙏ବିଚିତ୍ର ଠାକୁର🙏🙏
🪻🪻🪻🪻🪻🪻🪻
ରଚନା -କବି ଶ୍ରୀ ବଂଶୀଧର ବେହେରା, ଗାଁ-ବଜାରଶୋଳ, ଡାକଘର-ମଥୁରାନାଥ, ସହର-ଜଳେଶ୍ଵର, ଜିଲ୍ଲା-ବାଲେଶ୍ଵର, ଓଡ଼ିଶା।
ଭ୍ରାମ୍ୟମାଣ ଦୂର ଭାଷ ନଂ:-୯୮୬୧୬୦୬୩୪୯।।
⭕⭕⭕⭕⭕⭕⭕⭕⭕⭕
🙏🙏ଜୟ ଜଗନ୍ନାଥ🙏🙏
🪻🪻🪻🪻🪻🪻
(୧)
ହେ ପ୍ରଭୁ ଜଗନ୍ନାଥ ତୁମେ
ଅଟ ବିଚିତ୍ର ଠାକୁର,
ତୁମ ପାଇଁ ଭୁଲି ଗଲି ମୁଁ
ଘର ଦୁଆର ମୋହର।
ଧାଇଁ ଧାଇଁ ଆସିଛି ମୁହିଁ
ତୁମରି ଶିରୀ କ୍ଷେତର।।
(୨)
ଅଧା ଗଢା ଠାକୁର ତୁମେ
କେଡେ ସୁନ୍ଦର ଆହାରେ,
ଆଖି ଦୁଇଟି ଲାଖିଗଲା
ପ୍ରଭୁ ହେ ତୁମରି ଠାରେ।
ଛାଡି ଯିବାକୁ ମନ ବଳୁ
ନାହିଁ ପ୍ରଭୁହେ ମୋହର।।
(୩)
ତୁମରି ଚକା ନୟନର
ଆହା ଅପଲକ ଠାଣି,
ଜଗତକୁ ପ୍ରଭୁ ତାହା
ସତେ ନେଉଥାଏ କିଣି।
କାନ ନ ଥାଇ ଶୁଣ ଆହେ
ପ୍ରଭୁ ଆରତ ଭକତର।।
(୪)
ଷାଠିଏ ପଉଟି ଅବଢ଼ା
ଭକତଙ୍କୁ ବାଣ୍ଟୁଥାଅ,
ଶୋଷ ହେଲେ ଟଙ୍କ ତୋରାଣି
ସଭିଙ୍କୁ ପିଆଉ ଥାଅ।
ଧନ୍ୟ ଲୀଳା ପ୍ରଭୁ ତୁମର
ବୁଝିବା ଭାରି କଷ୍ଟକର।।
(୫)
ନାଲି ଅଧରେ ହସ ତୁମ
ଅଟଇ କି ମନୋହର,
ମଥାରେ ପଗଡ଼ି ସୁନ୍ଦର
ଆହାରେ କେତେ ସୁନ୍ଦର।
ଖଣ୍ଡୁଆ ପାଟ ପିନ୍ଧି ତୁମେ
ଦିଶୁ ଥାଅ କି ମନୋହର।।
(୬)
ନୀଳାଚଳ ଧାମ ଅଟଇ
ପ୍ରଭୁ ତୁମ ପାଇଁ ପୁଣ୍ୟ,
ତୁମ ଧାମେ ଆସିବ ଯିଏ
ସିଏ ସତେ ହେବ ଧନ୍ୟ।
ନାହିଁ ତୁମ ଜାତି ଅଜାତି
ନାହିଁ କଥା ଭେଦ ଭାବର।।
(୭)
ସଙ୍ଗେ ଧରି ଭଉଣୀ ଭାଇ
ବସିଛ ତୁମେ ମଉନେ,
ଭକତ ବିମୋହିତ ହୁଏ
ପ୍ରଭୁ ତୁମ ଦରଶନେ।
ଦେଖିନି କେବେ ତୁମପରି
ଏମିତି ବିଚିତ୍ର ଠାକୁର।।
(୮)
କୋଟିଏ ଠାକୁର ରେ ଏକା
ତୁମେହିଁ ବଡ଼ ଠାକୁର,
ସବୁ ଲୋକଙ୍କ ଦୁଃଖ ବୁଝ
ଭାବି ନେଇ ତୁମ ନିଜର।
ଭକତ ପ୍ରିୟ ଜଗନ୍ନାଥ
ତୁମକୁ କୋଟିଏ ଜୁହାର।।
🙏🙏ଜୟ ଜଗନ୍ନାଥ🙏🙏




0 Comments