କୁମାର ପୂର୍ଣ୍ଣିମା
-------------------
ଆକାଶ ନିର୍ମଳ କାଶତଣ୍ଡୀ ଫୁଲ
ଶ୍ବେତ ବର୍ଣ୍ଣ ଦିଶେ ଧରିତ୍ରୀ ରାଣୀ
ଚାନ୍ଦ ଚାହିଁ ଅଛି କୁମୁଦ ହସୁଛି
ତା ପାଖରେ ସେତ ହୋଇ ଛି ଋଣୀ॥
କାଚ କେନ୍ଦୁ ପରି ସ୍ବଚ୍ଛ ଜଳରାଶି
ସ୍ନାହାନେ ରମଣୀ ଦିଶେ ସୁନ୍ଦରୀ
ପୂଜିବେ କାର୍ତ୍ତିକ ଲକ୍ଷ୍ମୀ ଚନ୍ଦ୍ର ସୂର୍ଯ୍ୟ
ସୁନ୍ଦର ଇଛନ୍ତି ବର କୁମାରୀ॥
ମନୋରମ ଦୃଶ୍ୟ ପାଖେ ପାଇ ଚାନ୍ଦ
ରାତି ବଢିଗଲା ହେଲା ସକାଳ
ଚଉରା ମୂଳରେ ଓଷେଇ ତୁଣିଏ
ଥଟା ମଜା ହେଲେ ଉଛୁର ବେଳ॥
ଚାତକ ପରାଏ ଚାନ୍ଦ କୁ ଅନାଇ
ଭାବନାରେ ମତ୍ତ ହୋଇ କାମିନୀ
ବଧୂ ନିରୂପମା ଟୋପି ଚନ୍ଦନରେ
ସୁୁନ୍ଦର ଦିଶିବ ଦେଇ ଓଢଣୀ॥
ବେଳ ଗଡି ଗଲେ ଜହ୍ନି ଫୁଲ ଫୁଟେ
ଚଉରା ସଜ୍ଜାନ୍ତି ମାଟିରେ ଲିପି
ପଡେ ହୁଳହୁଳି ଦୂରକୁ ଶୁଭଇ
ଆନନ୍ଦିତ ଚଉ ଦିଗକୁ ବ୍ୟାପି॥
ଚନ୍ଦ୍ର ର ପ୍ରଭାବ ସକାରାତ୍ମକ ରେ
ପଡି ଥାଏ ରହି ପୃଥିବୀ ବକ୍ଷେ
ପୂର୍ଣ୍ଣିମାର ଜହ୍ନ ଶୀତଳ କିରଣ
ମଣିଷ ଜନମ ମୁକ୍ତିର ଲକ୍ଷେ॥
ବସନ୍ତ କୁମାର ସାହୁ
ଦେଉଳି
ଖୋର୍ଦ୍ଧା




0 Comments