ଆସିଛି ଶୁଭଲଗନ
--------------------------
ବହୁ ପ୍ରତୀକ୍ଷାରେ ଆସିଛି ଏଇ ଶୁଭଲଗନ
ପୁଷ୍ପ ଅକ୍ଷତରେ କରିବା ଚାଲ ଅଭିନନ୍ଦନ ।।୧।
ସମୀର ଗାଉଛି ସଂଗୀତ ବୀଣା ବଜା ଏ ଭ୍ରମର
ନୃତ୍ୟ ଆରମ୍ଭିଲେ ବିହଙ୍ଗ କାହିଁ କେତେ ଢଙ୍ଗର ।।୨।
ଆକାଶେ ତାରାକାଗଣ କି ସତେ ସ୍ୱାଗତ ଦୀପ
ମେଘମାଳା ସତେ ଶୋଭନ୍ତି ରଙ୍ଗ ବେରଙ୍ଗ ପୁଷ୍ପ ।।୩।
ଆନନ୍ଦିତ ତରୁ ପଲ୍ଲଵ ତାର ତୁଳନା ନାହିଁ
ସ୍ୱାରଗୁ ଦେବଗଣ ଆ ସନ୍ତି ଧରା କୁ ଓ଼ଲ୍ଳେହେଇ ।।୬।
ତ୍ରିବେଣୀ ସଙ୍ଗମ ହୋଇଛି ଶିବ ଙ୍କ କଲ୍ୟାଣରେ
ବୁଡ଼ ପକାଇବା ସର୍ବେ ଗୋ ଆନନ୍ଦ ମନରେ ।।୭।
ସନାତନୀ ରାଜ ମୁକୁଟ ଆଜି ପିନ୍ଧିବା ଚାଲ
କୁମ୍ଭ ମେଳା ସଂକୀ ର୍ତନକୁ ଚାଲ ଜିବା ସଅଳ ।।୮।
***
ରୀନା ନାୟକ
ସମ୍ବଲପୁର




0 Comments