କବିତା - ରଥଯାତ୍ରା - କବି ଟୋନିସ ରୋହିଦାସ

 


ଦେଖ  ଭକ୍ତ ଦେଖ ଲୋ ମୀତ

 ମହା ବାହୁବିଜେ କଲେ ବସି ରଥ ଉପରେ।।

ଧୀରେ ଧୀରେ କରି ଚାଲି ଯାଉଛି ରଥ ଗୁଣ୍ଡିଚା ମନ୍ଦିରରେ।।

ଭକ୍ତ ଗହଳି ଲାଗିଛି କେତେ ଟାଣୁ ଛନ୍ତି ହାତରେ ଧରି ଜଗା ର ଦଉଡି।।

ରଥ ଚାଲେ ଦେଖ ହୋ ଭକତ ଘିଡି ଘିଡି।।

ହରି ବୋଲ ହୁଲ ହୁଲି, ବାଜେ ଘଣ୍ଟ ଶଙ୍ଖ ନାଦ ଚାରି ଦିଗ ଯାଉଛି ଉଛୁଳି।।

ବାସୁଛି ଆଜି ପୁରା ଶ୍ରୀକ୍ଷେତ୍ର ଚନ୍ଦନ ଚନ୍ଦନ ଭକ୍ତ ଙ୍କ ଦେଖ ଗହଳି।।

ବଡ଼ଭାଇ ସାଙ୍ଗେ ଜଗା କାଳିଆ ମଝିରେ  ସୁଭଦ୍ରା ଭଉଣୀ।।

ଯୁଗେ ଯୁଗେ ଲେଖା ହୋଇ ଗଲା ପ୍ରଭୁ ଜଗନ୍ନାଥ ଏ କାହାଣୀ।।

ଦୁଃଖ ସବୁ ଭୁଲି ଆସିଛି ମୁହିଁ ତୁମ ଚରଣେ ହେ କାଳିଆ।

ପାଇବି ବୋଲି ଦର୍ଶନ ତୋ ଶ୍ରୀ କଳାମୁଖ ହେ ନିଳାଚଳିଆ।।

ଦେଖି ତୁମ ରଥଯାତ୍ରା ମନ ମୋର ମୁକ୍ତି ପାଇଲା।।

ଏମିତି ଡୋରି ସଦା ଲଗେଇ ଥିବ ପ୍ରଭୁ ଆସୁଥିବୀ ତୁମ ଶ୍ରୀକ୍ଷେତ୍ର ଏ ଜୀବନ ଆଜି ଧନ୍ୟ ହେଲା।।

ଏ ମଣିଷ ଜୀବନ ପାଇଛି ତୁମରି ସବୁ ଦାନ।।

ଲୋଡ଼ା ନାହିଁ ପ୍ରଭୁ କିଛି ଆଉ ମୋତେ 

ମାଗୁନାହିଁ ଧନଜନ।।

ସକାଳ ହେଉ କି ହେଉ ସଞ୍ଜ ତୁମ ନାମ ଧରି ମୋର ସାରି ଦେଉଛି ଦିନ।।

ଯେତେ ଦିନ ଆକାଶ ରେ ଦିଶୁଥିବେ ସୂର୍ଯ୍ୟ ଚନ୍ଦ୍ର ସେତେ ଦିନ  ଧରୁ ଥିବି ତୁମ ନାମ।।

ତୁମେ ତ ଶ୍ରୀ କଳାମୁଖ ଆହେ ମହାବାହୁ ସଦା ମୋତେ ଚାହିଁ ଥିବ କରୁଥିବୀ ଧର୍ମ।।

ତୁମ ରଥ ଥରେ ଟାଣିବି ବୋଲି ମୁଁ ଇଚ୍ଛା କରେ ପ୍ରଭୁ।।

ଯିବି ଥରେ ତୁମ ଶ୍ରୀ ମନ୍ଦିର ଡୋରି ଥରେ ଲଗେଇ ଦିଅ ପ୍ରଭୁ।।



    ଟୋନିସ ରୋହିଦାସ , ଜିଲ୍ଲା-ସୁନ୍ଦରଗଡ଼

Post a Comment

0 Comments