ନୀଳାଦ୍ରି କନ୍ଦରା ଆନନ୍ଦର ଧାରା
ଚତୁର୍ଦ୍ଧା ମୂରତି ହୋଇ
ଷାଠିଏ ପଉଟି ପ୍ରସାଦ ସେବୁଛ
ଖାଇଲେ ବୋହିଲେ ନ ସରଇ ାା
ଧନଦେବୀ ଲକ୍ଷ୍ମୀ ଘରଣୀ ଅଟନ୍ତି
ପ୍ରାଣୀମାନଙ୍କର ପେଟ ଚାହିଁ
ଯୋଗାଇ ଦିଅନ୍ତି ଖାଦ୍ୟବସ୍ତ୍ର ବାସ
ତାଙ୍କର ତୁଳନା କେହିନାହିଁ ାା
ସର୍ବଦେବାଦେବୀ ପରିବୃତ୍ତ ଏଠି
ପ୍ରଭୁଙ୍କ ସେବାରେ ଛନ୍ତି ରହି
ବିଦ୍ୟାଦାତା ଦେବୀ ବାଣୀ ବୀଣାପାଣି
ପ୍ରଭୁଙ୍କ ନିର୍ଦ୍ଦେଶେ ବିଦ୍ୟା ଦାୟି ାା
ବିଧର୍ମିମାନଙ୍କ ପାଇ ସିଂହଦ୍ବାର
ଗୁମୁଟରେ ନିଜେ ଉଭା ହୋଇ
ପତିତପାବନ ନାମ ବହିଛନ୍ତି
ଦର୍ଶନେ ପାତକ ଯାଏ କାହିଁ ାା
ସିଂହ ହାତୀ ବ୍ୟାଘ୍ର ଅଶ୍ବ ଚାରି ଦ୍ବାରେ
ଜଗୁଆଳ କରି ରଖିଛଇଁ
ଦର୍ଶନ ମାତ୍ରକେ ଅଘ ହରିଯାଏ
ମହୀରେ ବିଚିତ୍ର ସ୍ଥାନ ଏହି ାା
ତାର ନୀଳଚକ୍ର ମଧ୍ୟଭାଗେ ପ୍ରଭୁ
ବୈଷ୍ଟବ ମାନଙ୍କୁ ଦେଖାଦେଇ
ଭକ୍ତ ମନବାଞ୍ଛା କରନ୍ତି ପୂରଣ
ପତିତପାବନ ବାନା ଚାହିଁ ାା
ବାରମାସେ ତାର ତେରଟି ଯାତରା
ଦର୍ଶନେ ଯା ମନ ମୁଗ୍ଧହୋଇ
ସବୁଠାରୁ ସାର ରଥଯାତ୍ରା ତାର
ପାବନ ଯାତ୍ରା ସେ ନାମ ବହି ାା
ରଥରେ ଦର୍ଶନ ପ୍ରଭୁ ବଳରାମ
ସୁଦର୍ଶନ ଓ ସୁଭଦ୍ରା ମାୟୀ
ଚକାନୟନରେ ଚକ୍ଷୁ ଦେଲେ ଥରେ
ପୁନର୍ଜନ୍ମ ଆଉ ନମିଳଇ ାା
‐×××××-
ଶ୍ରୀ ଗୋବିନ୍ଦ ଚନ୍ଦ୍ର ଫାରକ ,ପୁରୀ




0 Comments