ତୁମପାଇଁ ଭଗବାନ
ମୁଁ ଯେ ଉଜାଗରେ ରହି,
ଜାଳୁଛି ଦୀପାଳି ବସି
ଏକାନ୍ତରେ ଥାଇ।।
ତୁମ ପୂଜାଫୁଲ ଯେବେ
ଖସିପଡ଼େ ମୋର ହାତେ,
ଅମାନିଆଁ ଲୁହ ମୋର
ଝରିଯାଏ କେତେ।।
ଅପେକ୍ଷା କରେ ମୁଁ ନିତି
ଦରଶନପାଇଁ,
କ୍ଷୁଧା- ତୃଷା ଭୁଲିଯାଏ
ମନେ ପଡେନାହିଁ ।।
ନିସ୍ପନ୍ଦ ମୋ ହୋଇଯାଏ
କେବେ କେବେ ହୃଦୟ,
ତୁମଠାରେ ହଜିଯାଏ
ମନ ଆଉ ଚିତ୍ତ।।
ତୁମେ ସତେ ଯାଦୁଗର
ସମ୍ମୋହିତ କର,
ତୁମେ ଅଟ କପିଲେଶ୍ୱର
ପ୍ରାଣର ଈଶ୍ୱର।।
***
ଗୀତାଞ୍ଜଳି ପୂଜିହାରୀ
ଵିନିକା ସମ୍ଵାଦ ସାହିତ୍ୟ ଘର
🏠 ସଦସ୍ୟ,ଵିନିକା
୮୧୪୪୪୭୦୫୮୮



0 Comments