ସିଦ୍ଧ ପୁରୁଷ ବୁଦ୍ଧଦେବ


କପିଳ ବସ୍ତୁର ଲୁମ୍ବିନୀ ଠାରେ ୫୬୩ ରେ ବୁଦ୍ଧଦେବ ଜନ୍ମ ଗ୍ରହଣ କରିଥିଲେ |ତାଙ୍କର ପିଲା ଦିନର ନାମ ସିଦ୍ଧାର୍ଥ ଥିଲା |ତାଙ୍କର ପିତାଙ୍କ ର ନାମ ଶୁଦ୍ଧୋଦନ ଏବଂ ମାତାଙ୍କର ନାମ ମାୟାବତୀ ଥିଲା |ବୁଦ୍ଧଦେବଙ୍କ ଜନ୍ମର ସାତ ଦିନ ପରେ ମାତା ମାୟାଦେବୀ ଚାଲିଯାଇଥିଲେ ଆରପାରିକୁ |ରଜା ଶୁଦ୍ଧୋଦନ କଅଁଳିଆ ଶିଶୁଟିକୁ ନେଇ ଭାଙ୍ଗି ପଡ଼ିଥିଲେ |ବୁଦ୍ଧଙ୍କର ଲାଳନ ପାଳନ ନିମନ୍ତେ ରାଣୀଙ୍କର ଭଉଣୀ ଗୌତମିଙ୍କୁ ସେ ଦ୍ଵିତୀୟ ବିବାହ କଲେ |ଗୌତମୀ ବୁଦ୍ଧଙ୍କୁ ନିଜ ଜୀବନ ଠୁ ବଳି ଭଲ ପାଉଥିଲେ |ତାଙ୍କର ଲାଳନ ପାଳନରେ ସେ କୌଣସି ତ୍ରୁଟି ରଖି ନଥିଲେ |


       ବୁଦ୍ଧଦେବ ଜଣେ ସିଦ୍ଧ ପୁରୁଷ ହେବେ ବୋଲି ବିଦ୍ୱାନ ମାନେ ଜାଣି ପାରିଥିଲେ |ବିଦ୍ୱାନ୍ ମାନଙ୍କ ଠୁଁ ଏ ବିଷୟରେ ଜାଣିଲା ପରେ ରଜା ଚିନ୍ତିତ ହୋଇ ପଡ଼ିଥିଲେ |ବୁଦ୍ଧଙ୍କୁ ସେ ରାଜ ମହଲର ବାହାରକୁ ଯିବା ପାଇ ଅନୁମତି ଦେଉ ନ ଥିଲେ |ରାଜ ମହଲରେ ଦୁନିଆଁର ସବୁ ସୁବିଧା ଥିଲା |ଖେଳିବା, ବୁଲିବାରେ ମଉଜ କରିବାର କୌଣସି ଅସୁବିଧା ନ ଥିଲା |ମହଲରେ ଖେଳୁ ଖେଳୁ ବୁଦ୍ଧଦେବ ବଡ ହୋଇଗଲେ |ସେ ଯୋଗ୍ୟ ହେଲା ପରେ ରଜା ବୁଦ୍ଧଙ୍କୁ ଗୋଟିଏ ସୁନ୍ଦର ଝିଅ ସହିତ ବିବାହ କରେଇ ଦେଲେ।ଝିଅ ଟିର ନାମ ଥିଲା ଯଶୋଧାରା |ବହୁତ ଖୁସିରେ ବୁଦ୍ଧ ଜୀବନ ଯାପନ କରିବାରେ ଲାଗିଲେ |ତାଙ୍କର ପୁଅ ଟିଏ ଜନ୍ମ ହେଲା ତାର ନାମ ରଖିଥିଲେ ରାହୁଲ |ବୁଦ୍ଧଦେବ ବାହାର ଦୁନିଆଁ ପ୍ରତି ଅଜ୍ଞ ଥିଲେ ,ଜୀବନରେ କେବେ ଦେଖି ନ ଥିଲେ ।

     ଦୀର୍ଘ ୨୯ ବର୍ଷ ପରେ ସାରଥୀ ସହିତ ବୁଦ୍ଧ ବାହାରକୁ ବୁଲିବା ପାଇଁ ବାହାରିଲେ। |ପ୍ରଥମେ ଜଣେ ବୃଦ୍ଧ ବ୍ୟକ୍ତି ଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଗଲେ ଓ ସାରଥୀଙ୍କୁ ଏହାର କାରଣ ପଚାରିଲେ ।ସାରଥୀ  ଉତ୍ତର ଦେଲେ ଏହା ମନୁଷ୍ୟର ଶେଷ ଅବସ୍ଥା ।

|ଆମେ ସମସ୍ତେ ଦିନେ ଏପରି ଅବସ୍ଥା ଭୋଗ କରିବା |ଦ୍ଵିତୀୟରେ ସେ ଜଣେ ରୋଗୀ କୁ ଦେଖିବାକୁ ପାଇଥିଲେ |ପଚାରିଲେ ଏହାର କଣ ହୋଇଛି? ସାରଥୀ ଉତ୍ତର ଦେଲେ ଜୀବନ ଅଛି ମନେ ରୋଗ ବ୍ୟାଧି ମଧ୍ୟ ଅଛି ।ତେଣୁ ଏ ମଣିଷ ବର୍ତମାନ ରୋଗଗ୍ରସ୍ତ ହୋଇଛି ।

ତୃତୀୟ ରେ ସେ ଶବ ଟିଏ ଦେଖିବାକୁ ପାଇଥିଲେ| 

ସାରଥୀଙ୍କୁ ପଚାରିଲେ ଏହି ବ୍ୟକ୍ତି କଣ ପାଇଁ ସୋଇଛି, ୟା' କୁ କେଉଁ ସ୍ଥାନକୁ ନିଆ ଯାଉଛି ?ସାରଥୀ ଉତ୍ତର ଦେଲେ ଜନ୍ମ ଅଛି ମାନେ ମୃତ୍ୟୁ ନିଶ୍ଚୟ ଅଛି |ଏ ବ୍ୟକ୍ତିର ମୃତ୍ୟୁ ଘଟିଛି ତେଣୁ ଶ୍ମଶାନ କୁ ଦାହ ସକାଶେ ନିଆଯାଉଛି |

ଚତୁର୍ଥ ରେ ଦେଖିବାକୁ ପାଇଥିଲେ ଏବଂ ପଚାରିଥିଲେ ଏମାନେ ପୁଣି କିଏ? ସାରଥୀ ଉତ୍ତର ଦେଲେ, ଏମାନେ ହେଉଛନ୍ତି ସନ୍ୟାସୀ ଯିଏ ସୁଖ ଓ ସୁବିଧା ତ୍ୟାଗ କରିପାରେ ସେ ହିଁ ସନ୍ନ୍ୟାସ ଗ୍ରହଣ କରେ |

ସମସ୍ତ ବିଷୟ ରେ ଅବଗତ ହେଲା ପରେ ବୁଦ୍ଧ ସଂସାର ର ମୋହ ମାୟାକୁ ଘୃଣା କରିବାରେ ଲାଗିଲେ |ଦୁଃଖ ସହିବାର ଅର୍ଥ କଣ ବୋଲି ଭାବି ତାପସ୍ୱିର ମାର୍ଗ ଦର୍ଶନ କଲେ ଏବଂ ଶାଶ୍ୱତ ସତ୍ୟ ଖୋଜିବାକୁ ଗୃହ ତ୍ୟାଗ କଲେ |ଏ କଥା ଜାଣିଲା ପରେ ଘରେ ସମସ୍ତେ ଦୁଃଖରେ ଭାଙ୍ଗି ପଡିଥିଲେ ରଜାଙ୍କର ସ୍ବପ୍ନ ଚୁରମାର ହୋଇ ଯାଇଥିଲା |କିନ୍ତୁ ଵିଧିର ବିଧାନ କେ କରିବ ଆନ, ସବୁ ତ ହେଉଛି କପାଳ ଲିଖନ |ପ୍ରକୃତ ଜ୍ଞାନ କଣ?ଏହା କିପରି ଉପଲବ୍ଧ କରି ହେବ ବୋଲି ସଦା ସର୍ବଦା ଖୋଜିବାକୁ ଲାଗି ପଡିଲେ |"କଷ୍ଟ କଲେ କୃଷ୍ଣ ମିଳେ "ଠିକ ସେହି ପରି ଜ୍ଞାନ ଜାଣିବା ପାଇଁ ଗୋଟିଏ ପିପ୍ପଳ ଗଛମୂଳରେ ବସି ତପସ୍ୟା କରିବାରେ ଲାଗି ପଡିଲେ |ବୈଶାଖ ମାସ ପୁର୍ଣିମା ତିଥିରେ ହଠାତ ନିଜ ପ୍ରଶ୍ନର ଉତ୍ତର ପାଇ ପାରିଥିଲେ |ସଂସାର ଜ୍ଞାନ ସେହି ସ୍ଥାନରୁ ମିଳି 

ଥିବାରୁ ବୃକ୍ଷର ନାମ ବୌଦ୍ଧ ନାମରେ ନାମିତ ହେଲା |ଏବଂ ସେ ଗୌତମ ବୁଦ୍ଧ ନାମରେ ନାମିତ ହୋଇଥିଲେ |ଏହାପରେ ବୁଦ୍ଧଦେବ ଗ୍ରାମ ଗ୍ରାମ ବୁଲି ଧର୍ମ ପ୍ରଚାର କରିବାରେ ଲାଗିଲେ |ପାଞ୍ଚୋଟି ଉପଦେଶ ଅହିଂସା ପ୍ରଚାରର ମୂଳ ମନ୍ତ ଥିଲା |

୧- କାମନାର ବିନାଶ ରେ ଦୁଃଖର ବିନାଶ 

୨- ଜୀବ ହତ୍ୟା ମହାପାପ 

୩- ମାୟା ୪- ମୋହ, ୫ -ଲୋଭ ମଣିଷର ପରମ ଶତ୍ରୁ ଏହାକୁ ତ୍ୟାଗ କରିବା ଉଚିତ ।

                       ଗୀତାଞ୍ଜଳି ମିଶ୍ର 

                       ବିନିକା, ସୋନପୁର

Post a Comment

0 Comments