ବୁଦ୍ଧ


ନେପାଳ ରାଜ୍ୟର କପିଳାବସ୍ତୁରେ

  ଜନମିଲ ରାଜା ଘରେ ॥

ମା ମାୟାଦେବୀ ପିତା ଶୁଦ୍ଧୋଧନ

   ପାଇଥିଲେ ଭାଗ୍ୟ ବଳେ ॥

ସିଦ୍ଧାର୍ଥରୁ ତୁମ ନାମ ଯେ ଗୌତମ

ଗୌତମୀ ମାଉସୀ ପାଇଁ.॥

ମାତାର ବିଯୋଗେ ପାଳିଲେ ତୂମକୁ

 ସନ୍ତାନର ସ୍ନେହ ଦେଇ..॥

ପିଲାଦିନୁ ତୁମେ ଧିର ଓ ଗମ୍ଭୀର

  ସଂସାରର ଦୁଃଖ ଦେଖି ॥

ପିତା ମାତା ଚିନ୍ତା ତୁମ କାର୍ଯ୍ୟ ଦେଖି

  ରାଜପୁତ୍ର ଗୁଣ ନାହିଁ॥

ସଂସାରେ ସୁଖର କାରଣ ଖୋଜିଲ

ଚାରି ପ୍ରକାରର ମଣିଷ ଦେଖିଲ ॥

ଶେଷ ପ୍ରକାରରେ ପ୍ରଶନ୍ନ ହୋଇଲ

  ଯୋଗୀ ରୂପି ଖୁସି ମଣିଷ ଜାଣିଲ ॥

 ଘର ପିତା ପତ୍ନୀ ପୁତ୍ରକୁ ଛାଡି

   ଯୋଗୀ ରୁପେ ଧ୍ୟ୍ୟାନ କରି ସମାଧିସ୍ଥ  ହୋଇ॥

 ବିଶ୍ୱେ ପ୍ରଚାରିଲ ଜ୍ଞାନର ଆଲୋକ ପାଇ

କାମନା ବିନାଶେ ଦୁଃଖର ବିନାଶ

ଏ ସୁତ୍ର ରେ ସୁଖି ସକଳ ମଣିଷ॥

ତୁମ ମାର୍ଗେ ଗଲେ ସକଳ ଜଗତ

ନ ବଢିବ ଏଇ ଜଗତେ କଳୁଷ ॥

~~~~~~~~~~~~~~~~~

ସୁଶ୍ରୀ ଶୁଭଙ୍କରୀ ଦାଶ

ସିଂଘିଯୁବା ବିନିକା ସୋନପୁର

Post a Comment

0 Comments