କ୍ଷୁଧା ନୁହେଁ ଜୀବନର ଶେଷ ।
ପ୍ରେମ ନୁହେଁ ତୁମେ ଆଉ ମୁଁ ।
ଗୋଟିଏ ଜୀବନ,
ଦୁଇଟି ପ୍ରାଣ,
ଆଉ , ଅନବରତ ପ୍ରଶ୍ୱାସ ନିଃଶ୍ୱାସ ।
ହସ ତୁମ ମଧୁ,
ଚାହାଣୀ ମଧୁମକ୍ଷି ଦଂଶନ ।
ଏଇ ନୁହେଁ ଇଚ୍ଛା ବଞ୍ଚିବାର,
ସଖୀ ତୁମ ନୀରବତା ହିଁ କାମ୍ୟ ।
ପ୍ରେମ ନୁହେଁ,
ବନ୍ଧୁତା ବି ନୁହେଁ,
ଶତ୍ରୁତା ବି ନାହିଁ ବୋଧହୁଏ ।
ମୁଁ ସୁନୀଳ ଆକାଶ
ତୁମେ ମୁକ୍ତ ବିହଙ୍ଗମ
।
__@ଆଶୁ😊🤍



0 Comments