ସଫେଇ ଭାଇ(ସାଗରିକା ଦାଶ

 ସଫେଇ ଭାଇ

**********


ସଫେଇ ଭାଇରେ ସଫେଇ ଭାଇ 

ଖରା ବରଷାକୁ ଖାତର ନାହିଁ।

ଅଳିଆ ଆବର୍ଜନା ସବୁ ଗୋଟାଇ 

ମୁଣ୍ଡ ଝାଳ ତୋର ତୁଣ୍ଡରେ ଯାଇ।୧।    


"ସଫେଇ ଭାଇରେ ସଫେଇ ଭାଇ "

ଘୃଣା କରୁଥାନ୍ତି କିଛି ଜନତା 

ଜଣା ନାହିଁ ତାଙ୍କୁ ସୁଖର କଥା

ଉଲଂଘନ କରନ୍ତି ସବୁ ବ୍ୟବସ୍ଥା 

ସୁଗନ୍ଧ ଦୁର୍ଗନ୍ଧକୁ ଆପଣାଇ ନିତି 

ଖୁସି ଖୁସି ସଫା କାର୍ଯ୍ୟ ଆପଣାଇ

ପରିବେଶଟିକୁ ସିଏ ତ ସ୍ବଚ୍ଛ କରନ୍ତି

ଆରାମରେ ସଭିଏଁ ରହିବା ପାଇଁ । ୨।  


"ସଫେଇ ଭାଇରେ ସଫେଇ ଭାଇ"

ଜୟ ଜବାନ!,ଜୟ କିଷାନ !

ମିଳିଥାଉ ସଦା ଏହି ସମ୍ମାନ ,

ସଫେଇ ଭାଇଙ୍କ ବଢ଼ିବ ମାନ।

ସହଯୋଗର ହାତ ବଢାଇ,

ଦେବା ତାଙ୍କୁ ବାଟ କଢ଼ାଇ ।୩।


"ସଫେଇ ଭାଇରେ ସଫେଇ ଭାଇ" ।

ସକାଳ ପହରୁ ଦାଣ୍ଡ ଦୁଆରେ 

ହାତେ ପିନ୍ଧିଥାନ୍ତି ଗ୍ଲୋବସ୍ ପୋଷାକ 

ହୁଇସିଲ୍ ମାରି, ବେଲ୍ ମାରି,

ପହରା ଦିଅନ୍ତି ଅଳିଆ ଗୋଟାଇ ।୪।


"ସଫେଇ ଭାଇରେ ସଫେଇ ଭାଇ" ।

ସଲାମ କରୁ ନେତା ମନ୍ତ୍ରୀଙ୍କି,

ରକତ ସବୁ ଶୋଷି ଖାଆନ୍ତି ।

ସଫା ସୁତୁରାର ବାର୍ତ୍ତା ଦେଇ

ସଭା ସମିତିରୁ ଅଳିଆ ନେଇ।୫।


"ସଫେଇ ଭାଇରେ ସଫେଇ ଭାଇ" । 

ସଫେଇ ଭାଇ ବନ୍ଧୁ ଆମର ,

ତିଳେ ମାତ୍ର ତାଙ୍କ ନାହିଁ ଖାତର ।

ଫୁଲ ତୋଡା କେବେ ଚାହାଁନ୍ତି ନାହିଁ ,

ବାହା ବାହା କେବେ ଶୁଣନ୍ତି ନାହିଁ ।

ନିତି ସମାଜ ସେବାରେ ମନ ଦିଅନ୍ତି ,

ଧନ୍ୟ ତୁମେ ହେ ସଫେଇ ଭାଇ!। ୬।

                  ***

           ସାଗରିକା ଦାଶ,

                 କଟକ

Post a Comment

0 Comments