ଖୁଜା ନୁରା ( କାନ୍‌ହୁ ଚରଣ ନାଥ ପର୍‌ମାଣ୍‌ପୁର୍‌ ସମଲ୍‌ପୁର୍‌)

 



" ଖୁଜା ନୁରା "


ଜୁଗି ଭେଷ୍‌ ଧରି ବଜେଇ କେନ୍‌ଦେରା 

ବୁଲୁଛେଁ ଇ ଖୁଲି ନୁ ସେ ଖୁଲି

ତତେ ନୁରି ଖୁଜି ସୁନାଗୁରି ସତେ 

  ମୋର୍‌ ସୁନା ଦେହେଁ କଲିନ ଚୁନା 

ତତେ ଲୋ ସତେ ମରୁଛେ ହିନ୍‌ଜିରି 

କେନ୍‌ ଠାନେ ଅଛୁ ତୁଇ କାଏଁ ଯେ 

ନାଇଁ ଶୁନ୍‌ବାର୍‌ ମୋର୍‌ ଦୁଖ୍‌ ଦରଦ୍‌ 

ହୁରି ପକେଇ ଯେତେ ଗଗାଲେ ଘଲେ କେନ୍‌ତା

ନାଇଁ ଶୁଘୁଛେ କାନେ ତୋର୍‌ 

ଝୁରି ମରି ମରି ହେଲିନ ମୁଇଁ କଁଟା 

ପର୍‌ଦେଶି ହେଇ ରହେଲି ପର୍‌ଦେଶେ 

ସହୁଛେଁ ଲୋ ଖରା ବର୍‌ଷା ଶିତ୍‌ 

ତୋର୍‌ ଲାଗି ବାର ଆଡୁ ଶୁନ୍‌ଲି ବାର କଥା 

ଛାତି ଜଲୁଛେ ଜୁଏ ଜାଲି ଦେଲୁ ପରେ 

ଏଛେନ୍‌ ଲିଭାବାର୍‌ କେ ସୋର୍‌ ନାଇଁ ନ

ତୋର୍‌ ନାଁ ଟା ଜପାମାଲି ମୋର୍‌ 

ଜପୁଛେଁ ସଖାଲୁ ଯେ ବେଲ୍‌ ଯାଏସି ବୁଡି 

ନାଇଁ ପାଉଛେଁ ତୋର୍‌ ଖୋଜ୍‌ ଖବର୍‌ 

ତୋର୍‌ ନାଁ ଧରି କାନ୍‌ଦୁଛେ କେନ୍‌ଦେରା 

କୁଁ କୁଁ କୁଁ ହେଇ ବନିହାଁ ଦହଗନ୍‌ଜ 

ଛାତି ଚିରି ଆ ଦେଖ୍‌ ତୋର୍‌ ମୁର୍‌ତି 

ଦିଶୁଥିବା ଗୁଟା ତୁଲା 

ଅଠି ପହର୍‌ ମୁଇଁ ମରୁଛେଁ ଝୁରି 

ଡୋ ଡୋ ହେଇ ବୁଲୁଛେଁ ପରେ ଲୋ 

ପଚରାଲେ ଘଲେ ନାଇଁ କହେବାର୍‌ କେହି 

ତତେ କେନ ପାଏମି ମୁଇଁ 

ଭାଲି ଭାଲି ଦିନ୍‌ ଯାଉଛେ ଗୁଇଁ 

କେନ୍‌ ରଜା ଘରର୍‌ ବଖିରି ଭିତିରେ 

ଲୁକିନିଆଁ ରହେଲୁ ତ ତୁଇ 

ନୁରା ଖୁଜା ବୁର୍‌ଥା ହେବା କାଏଁ 

ଆମର୍‌ ମେଲନ୍‌ ମେଶନ୍‌ ଟା ତ

ରହିଯିବା ହେଇ ଦର୍‌ ଖଁଡିଆ ସପନ୍‌ 

ଜିବନ୍‌ ଭର୍‌ ମରୁଥିମା ବାଁଚି ଥାତେକେ 

କେଡେ ହିନ୍‌ ଆଏ କପାଲ୍‌ ଆମର୍‌ 

ମନ୍‌ ଥିଲେ ଘଲେ ନାଇଁ ନ ଭେଟ୍‌ ଘାଟ୍‌ 

ଫଟା କପାଲେ ହେଇଛେ ଲେଖା 

ଇ ଜିବିନେ ନାଇଁ ହଏ ଦେଖା

Post a Comment

0 Comments