କାଏଁଯେ ହେନ୍ତା
କରସ
ବଡ ହେଇ କିରି ସାନମାନକୁ ନାଇଁ
କଲେ ଆଦର୍
ସାନମାନକର ନୁ ଆଶା ନାଇଁ କର
ଭାଇ ବେଭାର୍।।୧।
ସବୁବେଲେ ଯିଏ ଉର୍ନିହା କେ
କରସି ଟାହି ଟାପରା
ତାକେ ଭଗବାନ ଶିଖାସନ୍ ଠିକ୍
ବୁଦ୍ଧି ବିବେକ୍ ପରା।।୨।
ଘରର ଲୁକକେ ପର୍ କରି ପରର
ବୁଦ୍ଧି ଯିଏ ଧରସି
ପର ଲୁକ୍ ଦଗା ଦେଲେ କେନସି
ମିତି ନାଇଁ ହେସି ।।୩।
ପରର ଧନକେ ହଡପି କରି ଯିଏ
ଫୁଟାନି ଦେଖାସି
ରୁଗ ବୈରାଗ ସଂସାର କଲି
ସବୁବେଲେ ଲାଗିଥୂସି।।୪।
ପରର ସମ୍ମାନକେ ଯିଏ ତୁଚ୍ଛୁ କରି
ଅପମାନ୍ ଦେସି
ନିଜେ ଅପମାନ୍ ପାଇଲେ ଗୁମରି
ଗୁମରି କାନ୍ଦସି।।୫।
ସବୁବେଲେ ଭାଇ ବଡ କେ ଦିଅ
ସମ୍ମାନ ବେଭାର୍
ସାନମାନକେ ବାନ୍ଧିରଖ କରି
ସ୍ନେହ୍ ଶ୍ରଦ୍ଧା ଆଦର୍।।୬।
ଷଠିବୁଢ଼ୀ ଠାନୁ ମଶାନୀର ଜୁଏ
ତକ୍ ଇ ସଂସାର
ସଂସାର ନେ ସମିଆ ସାଙ୍ଗେ
ସବକେ କର ନିଜର ।।୭।
***
ଶ୍ରୀ ଅଭିନବ ପଟ୍ଟନାୟକ ବୌଦ୍ଧ




0 Comments