,,,,,,,,,,,,, କଳ୍ପନା,,,,,,,,,,
,,,,
କାହିଁ ଚାଲିଗଲ କେତେ ମୁଁ ଖୋଜୁଛି
ଆହେ ମୋ ମାନସୀ ପ୍ରିୟା
ତୁମ ବିନା ମୋର ଲେଖନୀ ଚାଲେ ନା
ବୁଦ୍ଧି ହୋଇଯାଏ ବାୟା ।
କେତେ ବେଳେ ଆସ କେତେ ବେଳେ ଯାଅ
ତାହା ତ ତୁମକୁ ଜଣା
କା ପାଖରୁ ଯାଇ କା ପାଖରେ ରୁହ
ତାହାର ନାହିଁ ଠିକଣା ।
ମନ ଆକାଶ ରେ ଆଙ୍କି ଦେଇଥାଅ
ସପ୍ତରଙ୍ଗ ଇନ୍ଦ୍ରଧନୁ
ଚନ୍ଦ୍ରମା ଜ୍ୟୋଛନା ଢାଳି ଦେଇ ତୁମେ
ପ୍ରଫୁଲ୍ଲିତ କର ତନୁ ।
ସୁମନ ସୁରଭି ଘେନି ଆସି ତୁମେ
ହୃଦୟେ ବିତରି ଥାଅ
ସୁ ମନ ସମ୍ଭାର ଲମ୍ବାଇ ଗଳାରେ
ଜୀବନ ନାୟିକା ହୁଅ।
କାହାକୁ ସଜାଇ କଳା ପାହାଡ଼ ତୁ
ରଚୁ ଧ୍ଵଂସ ବିଭୀଷିକା
ତୋ ପାଇଁ କିଏ ବା ଉଦ୍ଗିରଣ କରେ
ପୀୟୁଷ ଜ୍ଵଳା ର ଶିଖା ।
ରାଜାଙ୍କର ଠାରୁ ଭିକାରୀ ଙ୍କ ଯାଏ
ସବୁରି ନିକଟେ ଯାଅ
କାହାକୁ ହସାଅ କାହାକୁ କନ୍ଦାଅ
ପୁଣି କାରେ ଜାଳିଦିଅ ।
ସପନ ମୋହର ଫିକା ପଡିଯାଏ
ତୁମେ ଚାଲିଗଲେ ଦୂରେ
ତୁମରି ପଥକୁ ଚାହିଁ ରହିଥାଏ
ତାକୁ ସତ କରିବାରେ ।
ପଞ୍ଚ ଭୂତେ ତୁମେ ଗଢା ହୋଇ ନାହଁ
ନାହିଁ ତବ କଳେବର
ତଥାପି ତୁମେ ମୋ ମନ ର ପ୍ରେୟସୀ
ଖୋଜୁଥାଏ ବାର ବାର ।
ଉମା ବଲ୍ଲଭ ଷଡ଼ଙ୍ଗୀ
ବିନିକା
ସୁବର୍ଣ୍ଣପୁର




0 Comments