ଉତ୍କଳ କୋଳ ( ଶ୍ରୀ ଉମାବଲ୍ଲଭ ଷଡ଼ଙ୍ଗୀ, ବିନିକା)

 ,


,,,,,,,,,, ଉତ୍କଳ କୋଳ,,,,,,,,


ଛଅ ପ୍ରାଣ ଛଅ ମନ ହୋଇଣ ଏକତ୍ର

ଆଜ ବୌଦ୍ଧ ବିହାର କୁ କରିବା ପ୍ରାପତ।

ଏମନ୍ତ ବିଚାରି ସର୍ବେ ହୋଇଲେ ବାହାର

ଚନ୍ଦ୍ରଗିରି ପୂରେ ପହଞ୍ଚିଲେ ତତପର।1


ଚନ୍ଦ୍ରଗିରି ପୁର କଥା ବର୍ଣ୍ଣନି ନ ଯାଇ

ଯହିଁ ବୌଦ୍ଧ ଭକ୍ତ ଗଣ ସଦା ଛନ୍ତି ରହି 

ଅତୀବ ସୁନ୍ଦର ଗଢା ତାହାଙ୍କର ପୁର 

ମନ ହେଉଥାଏ ଦେଖିବାକୁ ବାର ବାର ।।2


ଧାଡ଼ି ଧାଡ଼ି ହୋଇ ପୁର ନିର୍ମାଣ ହୋଇଛି

ଚଉଦିଗେ ପାଦପ ଯେ ବେଢ଼ି ରହିଅଛି।

ନାନା ରଙ୍ଗ ଫୁଲେ ସଜା ହୋଇଛି ଅଗଣା

ଆହା କି ଅପୂର୍ବ ସେ ନନ୍ଦନ ବନ ଜିଣ। ।3


ନାନା ରଙ୍ଗ ପ୍ରଜାପତି ଉଡ଼ି ବୁଲୁଛନ୍ତି

ମଧୂପେ ମଧୁର ସ୍ଵରେ ବୀଣା କୁ ବଜାନ୍ତି।

ମୁହଁ ଟେକି ଖିଲି ଖିଲି ହସନ୍ତି କୁସୁମ

ଲାଖି ରହିଥାଏ ତହିଁ ଦର୍ଶକ ଙ୍କ ମନ। ।4


ଧନ୍ୟ ଚନ୍ଦ୍ରଗିରି ତୁହି ଧନ୍ୟ ତୋ ଭୁବନ

କୋଳେ ବସାଇ ରଖିଛୁ ବୌଦ୍ଧ ଭକ୍ତ ଗଣ।

ତୋର ନିକଟେ ଜିରାଙ୍ଗ ବୁଦ୍ଧ ଙ୍କ ଭବନ

ଯହିଁ ବାସ କରୁଅଛି ସଦା ସମୀରଣ। ।5

 

ଅତି ବିଚିତ୍ର ଭବନ ଗଢିଛି ବିନ୍ଧାଣି

ମନେ ହୁଏ ବିଶ୍ଵକର୍ମା ପୁର କୁ ତା ଜିଣି

ବୌଦ୍ଧ କଳା ସ୍ଥାପତ୍ୟ ରେ ହେଇଛି ପୂରିତ

ନିରେଖିଲେ ବୁଦ୍ଧ ଙ୍କ ର ନୀତି ଜାଗେ

ସ୍ୱତଃ । ୬


ପ୍ରାସାଦ ରେ ବିରଜିତ ବୁଦ୍ଧ ଙ୍କ ପ୍ରତିମା

କୋଣେ ଅନୁକୋଣେ ଜାତ ତାହାଙ୍କ ମହିମା

ବୌଦ୍ଧ ଭକ୍ତ ଙ୍କ ମନ ରୁ ବାକ୍ୟ ନ ସ୍ପୁରଇ

ଦର୍ଶନ ମାତ୍ରକେ ମନେ ମମତା ଜାଗଇ । ୭


ଶୋଭା ପାଉଛନ୍ତି ତହିଁ ନା ନା ବୃକ୍ଷ ମାନେ

ପ୍ରତେ ହୁଏ ଚୀର ବସନ୍ତ ର ସ୍ଥଳି ମନେ

ବୌଦ୍ଧ ମନ୍ତ୍ର ଗୁଂଜରଣ ହେଉଥାଏ ସଦା

ସଭିଙ୍କ ହୃଦୟେ ଜାତ ଅହିଂସା ର ସୁଧା ।୮


ସତେ କି ନିର୍ବାଣ ଲଭି ପ୍ରଭୁ ବୁଦ୍ଧଦେବ

ପ୍ରସନ୍ନ ବଦନେ ବିରାଜିଲେ ଏହି ଠାବ 

ସଙ୍ଗେ ଘେନି ଆସିଛନ୍ତି ତାଙ୍କ ଭକ୍ତ ଗଣ

ଅହିଂସା ଝରେ ଉତ୍କଳ କରିବେ ପ୍ଲାବନ। ।୯


ନିକଟେ ରହିଛି ପଦ୍ମ ସମ୍ଭବ ବିହାର

ଯହିଁ ବିହରନ୍ତି ଆସି ସକଳ ଅମର

ତାକୁ ଚାହିଁ ଦେଲେ ମନ ହୋଇ ଯାଏ ସ୍ଥିର

ବିହାର କରିଲେ ଷଢ଼ ରିପୁ ହୁଏ ଦୂର ।୧୦


ଅଶାନ୍ତ ମନ ରେ ଶାନ୍ତି ପ୍ରଦାନ କରୁଛି

ମନେ ହୁଏ ଜୀବନ ର ମାନେ ନୁହେଁ କିଛି

ଦୁଃଖ କୁ ବିନାଶ କରେ କାମନା ବିନଶି 

ଅନ୍ତରେ ଜଗାଏ ପ୍ରୀତି ମନ ରହେ ଖୁସି ।୧୧


ଧନ୍ୟ ଗୋ ଉତ୍କଳ ଧନ୍ୟ ମହିମ ତୋହର

କୋଳେ ସାଇତି ରଖିଛୁ ବୁଦ୍ଧଦେବ ପୁର

ଶାନ୍ତି,ମୈତ୍ରୀ,ପ୍ରୀତି ଯିଏ କରିଛି ବହନ

ସବୁରି ହୃଦୟେ ଭରି ଦିଏ ଶିହରଣ ।୧୨

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

Post a Comment

0 Comments