ହେ ମାହାପୁରୁ କାଏ ଦୋଷ୍ କଲି
ହେ ମହାପୁରୁ କାଏ ଗୁନା କଲି ଯେ
ଭିବଲାଙ୍ଗ କରି ଦେଲୁ ଜନମ୍
ଅଲଗା ଲୋକ୍ କେ ଆଶ୍ ନାଇଁ କଲେ
ନାଇଁ ଚଲେ ମୋର କଲମ୍।
ନିଜେ ନାଇଁ ପାରେ କିଛି କାମ୍ କରି
ଅଲଗା ଲୋକ୍ କେ କରସି ଆଶ୍
ସମ୍ କର୍ କେତେ ମନ୍ ଧରୁଥିସି ମୁଇଁ
ବାନ୍ଧି କରି ମନେ ସାହାସ୍।
ସାହିତ୍ୟ କେ ମତେ ଭଲ୍ ଲାଗ୍ ସି
କବି ମାନ୍ କେ ଦେସି ସନ୍ ମାନ୍
ମାଏନ୍ ବେଭାର୍ ଦେସି କବିତା ପଢସି
ବଢାସି ତାକର୍ ମାନ୍।
ମୋର୍ ଲେଖେ ଜୀବନ୍ ଆଉ କାହାକେ
ନାଇଁ ଦେବୁ ମାହାପୁରୁ
ଅଲଗା ଲୋକ୍ କେ ମନ୍ ଧରବାର୍
କେତେ କଡା , ଭାଏଗ୍ ସୁରୁ।




0 Comments