ନିର୍ବାସନ ( ଚନ୍ଦ୍ରକାନ୍ତି ମିଶ୍ର, ବଲାଙ୍ଗୀର )

 


      ନିର୍ବାସନ 

ମୃତ୍ୟୁ ଠାରୁ ଭୟଙ୍କର 

ବଞ୍ଚି ବା ଟା ଏକା ସାର 

ଦ୍ରୁତ ହୃଦ୍ ସ୍ପନ୍ଦନ ବେଗ

କାଳରାତ୍ରି ଅସମାପ୍ତ ।।

ଅମୃତ ଲାଗଇ ବିଷ

ପ୍ରାଣଶୂନ୍ୟ ଜୀବନ୍ତ ଶରୀର

ପ୍ରତିମୂର୍ତ୍ତି ରକ୍ତମାଂସର 

କଳରବ ଶୂନ୍ୟ ନୀଡ ।।

ଅନୁତାପ,ଅବଶୋଷ ର ବାସ

ଆତ୍ମା ଦୁର୍ବଳ କାୟା କ୍ଳେଶ

ହତାଶାର ଅମାବାସ୍ୟା ଢେଉ

ଶିଥିଳ ପ୍ରାୟେ ବଜ୍ରବାହୁ ।। 

ଚିନ୍ତା ଚେତନା ସୁପ୍ତ 

ଆଶରୀରୀ କରଇ ନୃତ୍ୟ 

ଶାନ୍ତି ର ସନ୍ଧାନେ ବ୍ୟସ୍ତ 

ପ୍ରାଣବାୟୁ ଥାଇ ବି ମୃତ ।।।।।

Post a Comment

0 Comments