ପ୍ରିତୀ
ତୁମେ ମୋର ଶୁଭ୍ର ସ୍ନିଗ୍ଧ ଜୋଛନା
ପୂର୍ଣ୍ଣିମା ର ମଧୁ ରାତି
ମଳୟ ମହକ ତୁମେ ମୋ ଶୀତଳ
କୋମଳ ପୂର୍ଣ୍ଣ ପ୍ରକୃତି
ତୁମେ ମୋର ତୁନୁ ତାପର ପ୍ରବାହ
ସୁଗନ୍ଧ ଚନ୍ଦନ ଲେପ
ତୁମେ ପରା ମୋର ବିଳମ୍ବିତ ରାଗ
ଅମୃତର ଅନୁଭବ
ଶ୍ଵେତ ପଦ୍ମ ତୁମେ ଶୁଭ୍ରାଙ୍ଗିନୀ ମୋର
ନୀଳଚନ୍ଦ୍ର ମୁଁ ଯେ ତୁମ
ପବିତ୍ର ପାବନ ହୃଦ ବୃନ୍ଦାବନେ
ତୁମେ ମୋର ପ୍ରିତୀ ଧାମ
ତୁମ ବିନା ସ୍ୱପ୍ନ ମାୟା ମରିଚିକା
ଅନ୍ଧାର ଜୋଚ୍ଛନା ରାତି
ମଳିନ ଗୋଧୂଳି ନିସ୍ପ୍ରାଣ ଅରୁଣ
ମୃଦୁ ହିଲ୍ଲୋଳର ଭ୍ରାନ୍ତି
ପୂର୍ଣ୍ଣିମା ପଣ୍ଡା ,ବଲାଙ୍ଗୀର 🙏




0 Comments