ଭ ଗା ରି
‐‐‐‐‐‐‐‐‐‐‐‐‐‐‐‐‐‐‐‐
ରାତ୍ରିର ସପନ ଆସଇ ନିମିଷେ
ଅନ୍ଧକାର ପଣତରେ, ସିନ୍ଦୁରା ମୁରୁଜ
ଧୋଇଦେଇ ଯାଏ ଧରାରେ ପାଦ
ଥାପିଲେ.....! କାଚ ଆଇନାର
ବନ୍ଧନରେ ମୁଖ ଦିଶୁଥାଏ ଜଳଜଳ,
ଲାଜେଇଚେ ସେ ଅପସରି ରହେ
ଘଡିକେ ଦିଶେ ନିର୍ମଳ......!
ପାଣିର ଫୋଟକା ନିମିଷ ମାତ୍ରକ
ଦିଏ ନାହିଁ କେବେ ଧରା,ଲବଣ ଯେସନ
ଉଭେଇ ଯାଏ ସେ ପାଇଣ ଜଳର ଧାରା.!
ଆକାଶର ତୋଫା ତାରା ପୁଷ୍ପଗଣ
ପାହାନ୍ତିପହରେ ଯାଆନ୍ତି ଜେମିତି ଲୁଚି,
ଘଡିକେ ଲୁଚିଣ ଯାଆନ୍ତି ଉଭେଇ,
କୋଉ କାମକୁ ନୁହନ୍ତି ସାକ୍ଷୀ....!
ଗୋଲକ ବିହାରୀ
‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐




0 Comments