ବାବୁ... ମୁଁ ବି ନାରୀଟିଏ..!!( ସମ୍ବିତ କୁମାର ନନ୍ଦ)

 

         



     #ସନେଟ୍ : #ଭିକାରୁଣୀ(୨)


#ଶୀର୍ଷକ- *ବାବୁ... ମୁଁ ବି ନାରୀଟିଏ*.. !! 


ମହିଳା ଦିବସେ ମହିଳା ସମୃଦ୍ଧି,ବାବୁ- କେତେ କଥା କୁହ,

ଗରିବଟେ ବୋଲି ନିଇତି କାନ୍ଦୁଛି ଦେଖି ପାରୁନ କି ଲୁହ !!

ଅସହାୟ ବୋଲି ଥାଳି ଟିଏ ଧରି ବୁଲି ବୁଲି ଭିକ ମାଗେ,

କେ ଡାକେ ବାୟାଣୀ,କେଡାକେ ପାଗଳୀ,ହସିଦିଏ ମୁଁ ସରାଗେ.


ସହାନୁଭୂତିର ଅନ୍ତରାଳେ ମୋତେ କିଏ କେତେ କଥା କହେ,

ଛାତି ଫାଟଯାଏ ରୁଧିର ପରାଏ ଲୋତକ ଆଖିରୁ ବହେ..

ଭୋକର ଦାଉରୁ ବଞ୍ଚିବା ପାଇଁକି ସବୁ ଶୁଣେ ଜାଣିଶୁଣି,

ନିରାଶ୍ରିତା ମୁଁ ଯେ- ନାହିଁ ଘର ଦ୍ୱାର, ଅବଳା ମୁଁ *ଭିକାରୁଣୀ*..


ତୁମ ଘରେ ବାବୁ ନାରୀ ମାନେ ଆଜି ସୁନ୍ଦର ବସନ ପିନ୍ଧି,

ନାରୀ ଦିବସକୁ ପାଳନ କରନ୍ତି କେତେ କିସ ସବୁ ରାନ୍ଧି..

ମଇଳା ମହିଳା ମୁହିଁ ଅଟେ ବାବୁ ଭାଗ୍ୟର ଲୋଲୁପେ ରଂଗା,

ପୁଙ୍ଗୁଳା ଦିହକୁ ଲୁଚାଇବା ପାଇଁ ପିନ୍ଧେ ଚିରା ଫଟା ଲୁଗା..


ଦୟା ଟିକେ ବାବୁ କରୁଥାଅ ମୋତେ ଏତିକି ହିଁ ମୁଁ ଚାହେଁ,

ଝିଙ୍ଗାସ ବଚନେ କଷ୍ଟ ଦିଅ ନାହି, ବାବୁ.. ମୁଁ ବି ନାରୀଟିଏ..

             ***

✍️ ସମ୍ବିତ କୁମାର ନନ୍ଦ

ସମ୍ପର୍କ #୮୮୪୭୮୦୦୩୬୭

ବ୍ରହ୍ମପୁର, ଗେଟ ବଜାର।

Post a Comment

0 Comments