Raja Mauja by Puspanjali Panda

      


        *ରଜ ମଉଜ*

ରଜ ମଉଜ ର ଗୋଟି ଗୋଟି କଥା

ସ୍ମୃତି ରେ ସାଇତା ହୋଇଛି

ମନେ ପଡିଯାଏ ପିଲାଦିନ ,ଏବେ

ରଜ ତ ବଦଳି ଯାଇଛି।।


ପହିଲି ରଜ ର ଆଗଦିନ ଠାରୁ

ସଜବାଜ ଦିନ ଆରମ୍ଭରେ 

ଚାଉଳ କୁଟିବା ବିରି କୁ ବାଟିବା 

ମା ମୋର ପିଠା ପଣା କରେ ।।


ପୋଡପିଠା ମିଠା କ୍ଷୀରି ମିଠାପାନ

ଦିଆ ନିଆ ହୁଏ ସାହିସାରା

ହଳଦୀ ଅଳତା ଚନ୍ଦନ ର ଚିତା

ନୁଆ ପୋଷାକରେ ଦୋଳି ଝୁଲା।।


ଆମ୍ବ ଗଛ ଦୋଳୀ ଝିଅ ବୋହୁ ମେଳି

ଗୋଲାପ ବଉଳ ସହି ମିତ

ପୁଚି ଖେଳ ଲୁଡୁ ତାସ ର ଖେଳ 

ତିନିଦିନ ଧରି ଭୋଜି ଭାତ।।


ଆଗ ପରି ଗାଁ ନାହିଁ ନାହିଁ ଗଛ 

ଜଳୁଛି ଝାଡୁଛି ନିଆଁ ଝୁଲ

ରଜ ର ମଊଜ ଠିକଣା ଭୁଲିଛି

ସ୍ମୃତି ସେତ ମଧୁର ମଧୁର।।


ପୁଷ୍ପାଞ୍ଜଳି ପଣ୍ଡା 

କେନ୍ଦ୍ରାପଡ଼ା

Post a Comment

1 Comments

  1. କବୀଙ୍କୁ ସାଧୁବାଦ ନିଛକ ଚିତ୍ରଟିଏ ଆଙ୍କିଥିବାରୁ

    ReplyDelete