ଭାରତ୍
ପୁର୍ଥିବୀ ଭିତ୍'ରେ ସୁନ୍ଦର୍ ଦେଶ୍
ମୋର୍ ଭାରତ୍ ଭୁଇଁ
ଜନମ୍ ହେବାର୍ ଲାଗି ଇ ଠାନ୍ ଥି
ଦେବ୍'ତା ଆଏସନ୍ ଧାଇଁ।
ଚରନ୍ ଧୁଇସି ମହାସାଗର୍ ଜଲ୍
ହିମାଲୟେ ମଥାର୍ ମନୀ
ଝରନ୍,ନଏଦ୍ ବହି ତଲ୍'କେ
ଶୁନାସି କେତେ କାହାନି।
ଘେରେଇ ଦେଇଛେ ଚାରିଆଡ଼େ
ଜଙ୍ଗଲ୍ ,ପର୍ବତ୍ କେତେ
ଖନି,ଖାଦାନ୍ ଆର୍ ସାଗର୍ ମଏଧେ
ଧନ୍ ଯାହାକେ ଯେତେ।
ଗିଆନୀ ଗୁନି ଇନ ଜନମ୍ ନେଇ
ରଖି ଯେଇଛନ୍ ନାଆଁ
କଲା, ବିଜ୍ଞାନ୍, ସାହିତ୍ୟ ରଚି
ଦେଖେଇ ନୂଆଁ ରାହା।
ଧଏନ୍ ଆଏ ଏନ୍ତା ଦେଶ୍ ଥି
ଜନମ୍ ହେଇଛେଁ ମୁଇଁ
ମାଏଟ୍ ମାଆଁ ର ଯଶ୍ ରଖ୍'ବାର୍ କେ
ତନ୍'ମନ୍'ଧନ୍ ଦେଇ।
ଜିଇଁ ଥିବାର୍ ପତେ ଦେଶ୍ ସେବାଥି
ସମିଆ ମୋର୍ ଦେଇ ଦେମିଁ
ଦେଶ୍ ବାସୀ ସଭେ ଅଏନ୍ ରହୁନ୍
ଇ କଥା ଭାବୁଥିମିଁ।
କବି ସନାତନ ମିଶ୍ର
ଧାମଣାସର, ବଲାଙ୍ଗୀର




0 Comments