ରଜପର୍ବ:ଓଡ଼ିଆ ଅସ୍ମିତା(ଡଃ ସୀମାନ୍ତ କୁମାର ନନ୍ଦ, ଭୁବନେଶ୍ୱର)

 




*ରଜ ପର୍ବ:ଓଡ଼ିଆ ଅସ୍ମିତା* 

   🪷🌸🪷🌸🪷🌸

ଗଣ ପର୍ବ ଆମ,ରଜ ଉତ୍ସବରେ,

ଓଡ଼ ପୋଡ଼ପିଠା, ବାସେ,

ଖାଦ୍ୟ ସମ୍ପଦ ର, ଉତ୍ପାଦନ ପଥ,

ସହଜ ସୁଗମ ଦିଶେ ।


ବସୁମତୀ ମା', ପ୍ରସ୍ତୁତ ହୁଅଇ,

ଫସଲ ଉତ୍ପାଦ ପାଇଁ,

ଉଡ୍ରେ ଜନବାସୀ,ଖୁସି ମାନସରେ,

ହାସ୍ୟ ରୋଳେ, ମଜ୍ଜିଯାଇ।


ଧରିତ୍ରୀ ଜନନୀ,ପ୍ରସ୍ତୁତି ପରବ,

ଶସ୍ୟ ର, ଧାରଣ ପାଇଁ,

ରଜସ୍ୱଳା ନାରୀ, ସନ୍ତାନ ସକ୍ଷମ,

ଯେହ୍ନେ, ହୋଇପାରି ଥାଇ।


ସଭିଙ୍କୁ ମିଳଇ, ବିରାମ ସୁଯୋଗ,

ପ୍ରକୃତି,ପୁରୁଷ ନାରୀ,

କୋଳାହଳ ମୟ, ଏ ପାଞ୍ଚ ଦିବସ,

ହସ କୌତୁକ ଭରି।


ପୃଥିବୀ ମାତା ର, ବିଶ୍ରାମେ ବାଧକ,

ନ ହୋଇବାର ପାଇଁ,

ଖନନ,କର୍ଷଣ ,ପଦ ସଞ୍ଚାଳନ,

ନିଷିଦ୍ଧ ହୋଇଣ ଥାଇ।


ସର୍ବସଂହା ମାତା, ଧରଣୀ ପ୍ରାୟେକ,

ଓଡ଼ିଆ, ଘର ର ନାରୀ,

ଜନନୀ, ଜାୟା, ଭଗିନୀ, କନ୍ୟା,

ଆକଟ ଜୀବନ,ପରି।


ରଜ ପର୍ବେ ପୋଡ଼,ପିଠା ର ପ୍ରସ୍ତୁତି,

ବିଶେଷ ପ୍ରକାରେ ହୁଏ,

ଚାଉଳ ଜନ୍ନ୍ତୁଣି, ଉପରେ ଜଳନ୍ତା,

ତଳେ ଜଳେ ପୁଣି ନିଆଁ।


ସୁସ୍ୱାଦୁ ପିଷ୍ଟକ, ହୁଏ ପରିଣତି,

ହଜମେ ନ ଥାଏ ବାଧା।

ଆନନ୍ଦେ ଭୁଞ୍ଜନ୍ତି,ବାଳ ଠୁଁ ବରିଷ୍ଠ

ନ ରଖି ସାମାନ୍ୟ ଦ୍ୱିଧା।


କନ୍ୟା ଜନମ ଟି,ଦୁଇ ନିଆଁ ମଧ୍ୟେ,

ପିଠା ଶିଝିବାର ପରି,

ସେଥିରୁ ଉତୁରି, ସରଳା, ସୁଠଣା

ପରିବାର ପାଳେ ନାରୀ।


ରଜ ପର୍ବ କରେ, ଶୃଙ୍ଖଳ ମୁକ୍ତ,

ସ୍ୱଇଛାରେ ଭ୍ରମିବାକୁ,

ପିଠା ପାନ ଖିଆ,ବେଶ ପୋଷାକରେ,

ଦୋଳି ଖେଳେ ମାତିବାକୁ।


ଏହି ପରବ ର, ରହିଛି ମହତ୍ତ୍ଵ,

ବୈଜ୍ଞାନିକ ତତ୍ତ୍ଵ ବହି,

ଦୋଳି ଖେଳ ଆଣେ, ହରଷ ମନରେ,

ବିଷାଦ ମନକୁ ଧୋଇ।


ଆନନ୍ଦ ର ସ୍ରାବ, କ୍ଷରଣ ହୁଅଇ,

ରକ୍ତେ ପ୍ରବାହିତ ହୁଏ,

ଶରୀର ସୁସ୍ଥତା, ମାନସିକ ସ୍ଥିତି,

ସୁନ୍ଦର ସହଜ ରହେ।


ଦୋଳି ଖେଳେ ପେଙ୍ଗା, ମରମ ହେଉଛି,

କିଶୋରୀ ଜନନ ଅଙ୍ଗ,

ସୁଦୃଢ ହୁଅଇ, ଭବିଷ୍ୟତେ ପୁଣି,

ସନ୍ତାନ ଧାରଣ ସାଙ୍ଗ।


ଉତ୍କଳ ର ଦିଅଁ, ଶ୍ରୀ ଜଗନ୍ନାଥ ଙ୍କ,

ପୋଡ଼ ପିଠା ଅତି ପ୍ରିୟ,

ମନ ଜାଣି ମାତା, ଲକ୍ଷ୍ମୀ ଠାକୁରାଣୀ,

ବାଢ଼ନ୍ତି ଘେନି ଆଗ୍ରହ।


ପିଠା ଖାଇ ଦେଖ,କମଳାଙ୍କ ସାଥେ,

ଦୋଳି ଖେଳୁଛନ୍ତି ନାଥ,

ଧନ୍ୟ ଗଣ ପର୍ବ, ଧନ୍ୟ ତୁ ଦେବତା,

ଦେଖାଉଛୁ କେତେ ନୃତ୍ୟ।


ଭୂଲିବାନି ଆମ,ସଂସ୍କୃତି ସମ୍ଭାର,

ଆଜିର ପିଲାଏ ଶୁଣ,

ହଜାଇଲେ ଏହା, ନିଜେ ହଜିଯିବ,

ନଥିବ ଅସ୍ତିତ୍ଵ ଜାଣ ।


ଓଡ଼ିଶା ବାସୀ,ହେ, ନୂତନ ସର୍କାର,

କର୍ତ୍ତବ୍ୟ ଅଟଇ ଏହା,

ଆମ ଅତୀତ କୁ, ଫେରିବା ପାଇଁକି,

ଉଦ୍ୟମ କରିବା ତାହା।


ସମାଜେ ସଂସ୍କାର, ଶିକ୍ଷାରେ ବ୍ୟବସ୍ଥା,

ପରମ୍ପରା ତିଷ୍ଠିବାକୁ,

ନୂତନ ପୀଢ଼ି କୁ, ସୁଗମ ପଥରେ,

ଆଲୋକ, ଦେଖାଇବାକୁ।


ରଜ ପର୍ବ ଦିଏ, ଅନେକ ବାରତା

ବୁଝେଇ କହିବାପାଇଁ,

ଆନନ୍ଦ ସହିତ, ମନନ କରିବା,

ଓଡ଼ିଆ ଅସ୍ମିତା ପାଇଁ।

  🙏🙏🙏🙏

       *ସୀମାନ୍ତ*

       🪷🪷🪷

Post a Comment

0 Comments