ଦିକି ଦିକି ହୋଇ ଜଳେ ସଳିତା
ଭାବୁକ ଲେଖିଲେ ହୁଏ କବିତା।
ପିଲାଟିଏ ଚାହେଁ ମାଆର ମମତା
ମାଆ ହେଲେ ନାରୀ ଲଭେ ପୂର୍ଣ୍ଣତା।
ଲାଜେଇ ଯାଏ ଲାଜକୁଳୀ ଲତା
ଭୁଆସୁଣୀ ପାଦେ ସାଜେ ଅଳତା।
ସଂସାରେ ଅଛନ୍ତି ଯେତେ ପତିବ୍ରତା
ସତୀ ସୀତାଙ୍କର ଅମୂଲ୍ୟ ଗାଥା।
ବଡ଼ ଲୋକ ସିନା ହୁଅଇ ଦାତା
ଦାତା ଠାରୁ ସାନ ହୁଏ ଗ୍ରହୀତା।
ନିମ୍ବ ଓ କଲରା ଲାଗଇ ପିତା
ଜୀବନ ରେ ଥରେ ପଢ଼ିବ ଗୀତା ।
ପିତା ସଙ୍ଗେ ମାତା ହେଲେ ପୂଜିତା
ତାଙ୍କ ଆଶୀର୍ବାଦ ନୁହେଁ ଅନ୍ୟଥା।
ମାନବ ଭିତରେ ଥିଲେ ନମ୍ରତା
ହୋଇଥାଏ ସେ ତ ଜଗତ ଜିତା।
ପୂରୁବ ଦିଗରେ ଉଏଁ ସବିତା
ଟାଣ ଖରା ହେଲେ ଧରିବା ଛତା।
ଭାଷଣ ଦିଅନ୍ତି ଯେଭଳି ନେତା
କଥାରେ ନ ଯିବ ଆହେ ଜନତା।
ଯୁଗେ ଯୁଗେ ନାରୀ ହୁଏ ଉପେକ୍ଷିତା
ନାରୀ ଭିକ୍ଷା କରେ ଟିକେ ସ୍ଵାଧୀନତା ।
****
ଶ୍ରଦ୍ଧାଞ୍ଜଳି ତ୍ରିପାଠୀ
ଖଜୁର ଟିକ୍ରା ,ବରଗଡ଼
ମୋ -7978260693




0 Comments