ମନ ପାଇଁ କାମ
-------------------
ଆସରେ ପିଲେ ଆସ
ଯୋଗ କରି ହସି ଖେଳିକି
ଦେହ ପାଇଁକି ମନ ପାଇଁକି
ପାଠ ପଢ଼ିକି ମହାନ୍ ହେବା
ଶରୀର କରି ସରସ।।୧।
ଦୁଇ ହାତକୁ କପାଳେ ରଖି
ଆଖି ନ ଖୋଲି କାନ ନ ଡେରି
ଏକାଗ୍ରତାରେ ପ୍ରସନ୍ନ ହୋଇ
ଭ୍ରାମରୀ କରିବା ସ୍ବରୂପେ ଲାଖି।।୨।
' ଅ ' ଟି ବ୍ରହ୍ମା ' ଉ ' ଯେ ବିଷ୍ଣୁ
'ମ ' ମହେଶ୍ୱର ହେଜି
ଲୟ ବଦ୍ଧ ହୋଇ ଅନ୍ତର୍ମୁଖ ହୋଇ
ଓଁ ର ଗର୍ଭରେ ହଜିଯିବା ଆମେ
ସୁଖ ଶାନ୍ତି ଓ ଆନନ୍ଦ ଖୋଜି।।୩।
***
ଶ୍ରୀ ହୃଷୀକେଶ ପ୍ରଧାନ
ପ୍ରଧାନଶିକ୍ଷକ
ସରକାରୀ ଉଚ୍ଚ ପ୍ରାଥମିକ
ବିଦ୍ୟାଳୟ , ଟିକରପଡ଼ା




0 Comments