।। ଜଗା କାଳିଆ।।
ହେ ମୋର କାଳିଆ ତୁ ବଡ ଛଳିଆ
ହରିନେଉ ମୋର ଚିତ୍ତ,
ତୋର ନାମ ଧ୍ୟାୟୀ ତୋ ପଛରେ ଧାଇଁ
ସମର୍ପି ଦେଇଛି ବିତ୍ତ।।
କେଉଁ ଶବଦେ ତୋ''ମାଳା ମୁଁ ଗୁନ୍ଥିବି
କହିଦେରେ ମୋତେ ଥରେ,
ବୁଦ୍ଧି ଜ୍ଞାନ ସବୁ ହଜି ମୋ ଯାଇଛି
କେଉଁ ନାମେ ଜପିବିରେ?।।
ତୋନାମ ଶ୍ରବଣେ ରୋମାଞ୍ଚିତ ହୁଏ
ଏଇମୋ ପାର୍ଥିବ ଦେହ,
ତୋ ମୂରଲୀ ସ୍ୱନେ ବିଭୋର ମୁଁହୁଏ
ହରିନେଉ ସବୁ ମୋହ।।
କେଉଁ ସମ୍ମୋହନ ଶକତିର ବଳେ
କରୁ ଏତେ ବିମୋହିତ,
କିରାଗରେ ଭରି ଗାଉତୁ ରାଗିଣୀ
ହୋଇଯାଉ ମୋର ମିତ।।
ତୋର ଶ୍ରୀପୟରେ ଦେଇଟିକେ ସ୍ଥାନ
ସାନିଧ୍ୟକୁ ଟିକେ ଦେଇ,
କରୁଣା ସାଗର ବାରେ କୃପାକର
ମୁକତି ଲଭିବି ମୁହିଁ।।
***
।।। ଚିତ୍ରା ରାଣୀ ପାତ୍ର।।।
।।ବାଲେଶ୍ୱର।।





0 Comments