।। ପ୍ରୀତି ପୀୟୂଷ।।
ଅଞ୍ଜଳି ଅଞ୍ଜଳି ଭରିଦିଅ ସଖୀ
ପ୍ରୀତିର ପୀୟୂଷ ଧାରା,
ତୁମ କେଶ ବାସ ବିତରି ଦିଅହେ
ଖୋଲିଦେଇସେ ଗଜରା।।୧।।
ମଧୁର ହାସ୍ୟର କ୍ଷୀଣ ରେଖା ଯେବେ
ଫୁଟି ଉଠେ ଓଠ କୋଣେ,
ପାରିଜାତ ଫୁଲ ଖସି ପଡେ ଅବା
ମୋ'ମନ ହୃଦ ଅଙ୍ଗନେ।।୨।।
ଗଙ୍ଗଶିଉଳିର ମହକ ସବୁକୁ
ଚୋରାଇ ନେଇଛ ସଖୀ,
ବକୁଳ ଫୁଲର ମାଳା ଗୁନ୍ଥି ଦିଅ
ସରାଗ ପଣରେ ମାଖି।।୩।।
ଚାହିଁଛି ତୁମକୁ ଅନନ୍ତ ଯୁଗରୁ
ନିଜର କରିବି ପୁଣି,
ଥରଟିଏ ଆସି ଦେଇଯାଅ ତୁମେ
ଅମୀୟ ସୁଧାର ମୁଣି।।୪।।
ଚାରୁ ଚିତ୍ର ତୁମ ସପନେ ଆଙ୍କୁଛି
ବାସ୍ତବେ ଦେଖିବି ଯେବେ,
ନିମିଷକ ଲାଗି ସରଗ ମଣିବି
ଋକ୍ଷ ଧରାକୁମୁଁ ତେବେ।।୫।।
***
।।ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ବର।।





0 Comments