।। ଆଲୋକର ପର୍ବ ଦୀପାବଳି।।
ବରଷକୁ ଥରେ ଆସେ ଦୀପାବଳି
ଆଲୋକର ବାର୍ତ୍ତା ବୋହି,
ଅନ୍ତର ଭିତରୁ ତମ ନାଶି ଦେଇ
ଆଲୋକ ଦିଅ ଜଳାଇ।।୧।।
ସବୁ ଅନ୍ଧାରକୁ କରେ ଦୂରୀଭୂତ
ଦୀପାବଳି ମହା ପର୍ବ,
ସେ ଦିଏ ସଙ୍କେତ ସମାଜେ ପ୍ରଭୂତ
ଗର୍ବ ହୋଇଯାଉ ଖର୍ବ।।୨।।
ଭିତରଟା ଯେବେ ଭରିରହିଥିବ
ଅଜ୍ଞତା ଭିତରେ ପୁରି,
ଆଲୋକ କିପରି ପ୍ରବେଶ କରିବ
ହୃଦକୁ ଦେବ ସୁଧାରି?।।୩।।
ଅମା ଅନ୍ଧକାର ହୁଏ ଦୂରୀଭୂତ
ଆଲୋକର ସ୍ପର୍ଶ ପାଇ,
ଜ୍ଞାନର ପ୍ରଦୀପ ଜାଳିଦିଅ ସବୁ
ନମ୍ରତାର ସାଥି ଦେଇ।।୪।।
ନବୀନ ପୁଲକେ ଭରି ଭରି ଯାଉ
ଅନ୍ଧାରକୁ ଦୂର କରି,
ଦିବ୍ୟତାରେ ଭରୁ ସବୁରି ହୃଦୟ
ଦିବ୍ୟ ଚକ୍ଷୁ ଦିଅ ଖୋଲି।।୫।।
ଆଲୋକକୁ ଜାଳି ଭାଇଚାରା ବାଣ୍ଟି
ସବୁରି ମଙ୍ଗଳ ଦେଖ,
ପିତୃ ପୁରୁଷ ଦେଖିବେ ଉପରେ
ପାଇବଯେ ଆଶିର୍ବାଦ।।୬।।
***
। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ବର।।





0 Comments