ରାତ୍ରୀ ତୁମେ ଯେବେ ଆସ(ଚିତ୍ରାରାଣୀ ପାତ୍ର)

 






।। ରାତ୍ରି ତୁମେ ଯେବେ ଆସ।।


ରାତ୍ରି ଗୋ ତୁମେ ମଖମଲି ପାଟ

ନିଦରେ ହଜେଇ ଦିଅ,

ସପନ ସଜାଇ ଆଖିରେ ମୋହର

ସପନେ ଚୋରାଇ ନିଅ।।୧।


ତୁମ ବାହୁ ଛାୟା ଶୀତଳ ଜୋଛନା

ମୋ ଆଖିରେ ଯାଏ ନେସି,

କୋମଳ ପରଶ ଦେଇ ଛୁଇଁ ଯାଅ

ନରମ ଶେଯରେ ବସି।।୨।।


ତୁମେ ହରିନିଅ ସକଳ ଯାତନା

କିଛି କ୍ଷଣ ପଛେ ହେଉ,

ଗହମ ନିଦରେ ଶୋଇଗଲେ ଥରେ

ଭାବନାକି ପଶେ ଆଉ?।।୩.।।


ତୁମେ ଚିର ଶାନ୍ତି ବିତରଣ କର

ନିଜେ ରହିଥାଅ ଚାହିଁ,

ସବୁକୁ ଆଦରିକୋଳେଇ ନିଅଯେ

ପର ଆପଣାର ନାହିଁ।।୪।।


ତୁମ ଆସିବାକୁ ସ୍ୱାଗତିକା ଗାଇ

ଝିଙ୍କାରୀ ତୋଳଇ ସୁର,

ଗଭୀର ରାତିରେ ଶ୍ରମ ଭୁଲି ଚଷା

ଉଠେ ପାହାନ୍ତି ପହର।।୫।।


ସକଳ ପ୍ରାଣୀର ସୁଖ ପ୍ରଦାୟିନୀ

ଅମୃତ ସ୍ପର୍ଶରେ ତୁମେ,

ଛୁଇଁ ଛୁଇଁ ଯାଅ ଆଖିରେ ଆଖିରେ

ପଲକରେ ଥାଇ ଯେବେ।।୬।।

            ***

   ।। ଚିତ୍ରା ରାଣୀ ପାତ୍ର।।

       ।। ବାଲେଶ୍ୱର।।

Post a Comment

0 Comments