। ଅଜବ ରୀତିର ଦୁନିଆ।।
ଦୁନିଆର ଦେଖି ଅଜବ ରୀତିକୁ
ଧିକ୍କାର ଆସୁଛି ପ୍ରାଣେ,
କି ଥିଲା ସମାଜ କିହୋଇଛି ଆଜ
ଲାଜବି ଆସୁଛି ମନେ।।୧।।
କେଉଁ ତନ୍ତ୍ରରେ ବାସ କରୁଅଛୁ
କହିକି ପାରିବା କେବେ,
ଗଣତନ୍ତ୍ର ଆଉ ରାଜ ତନ୍ତ୍ର ମଝି
ଘଣାକୁ ପେଷୁଛୁ ଯେବେ।।୨।।
ଉପରେ ସୂରୁଯ ଦେଖି ହସୁଅଛି
ମରତ ଭୂମିର ଲୀଳା,
ମାଆ ବସୁଧାବି ସହୁଛି ତାହାକୁ
ସନ୍ତାନତ ତାର ଢିଲା।।୩।।
***
।। ଚିତ୍ରା ରାଣୀ ପାତ୍ର।
। ବାଲେଶ୍ୱର।।




0 Comments