ସୁନ୍ଦର ସଂସାର
ସୁନ୍ଦର ସଂସାର ରଚିଛ ଠାକୁର
ଏଜୀବନ ପାଳକ ପାଳକ ତମେ,
ତମ ବିନା କି ବା ହଲେକି ପତର
ତମ ଭରସାରେ ଆମେ.....!
କାଷ୍ଠ ପାଷାଣ ତରୁ ତ୍ରୂଣ ମଧ୍ୟେ
ଶୂନ୍ୟ ସ୍ଥାନେ ଥାଅ ତମେ,
ଜଳରେ ସ୍ଥଳରେ ଆକାଶେ ପାତାଳେ
ସବୁଠି ବେଖୁଛୁ ଆମେ,
ତମ ବିନା ପ୍ରଭୋ ଆମେ ତ ନିର୍ଜୀବ
ଏ ଟା କି ଅଜଣା ତମେ........!
ତମେ ଜମିଦାର ଆମେତ ମୂଲିଆ
ସେବକ ମାତର ଆମେ,
ତମେ ସାହୁକାର ଆମେ ତ ହଳିଆ
ଶରଣ ଦେଇଛ ତମେ,
ନାଟୁଆସାଜିଣ ନାଚି ନଚାଉଛ
କରଣୀ ଧରିଣ ତମେ,
ଢେଉ ରାଜାଜୋଁଈ କେତେ ଭଣ୍ଡାଉଛ
ଛଳିଆ ନାଟୁଆ ତମେ.........!
କି ବା ଅବା ଦେଇ ତୋଷିବୁ ଠାକୁରେ
ଶରଣେ ପଶୁଛୁ ଆମେ........!
***
ଗୋଲକ ବିହାରୀ, ବଉଦ.
ମୋ.୭୩୨୮୮୦୦୯୩୧.
—————————————





0 Comments