🌴🌴 ଆସୁଛି ବାତ୍ୟା🌴🌴
👥👥👥👥👥👥👥
ରଚନା -କବି ଶ୍ରୀ ବଂଶୀଧର ବେହେରା, ଗାଁ-ବଜାରଶୋଳ, ଡାକଘର-ମଥୁରାନାଥ, ସହର-ଜଳେଶ୍ଵର, ଜିଲ୍ଲା-ବାଲେଶ୍ଵର, ଓଡ଼ିଶା।
ଭ୍ରାମ୍ୟମାଣ ଦୂର ଭାଷ ନଂ:-୯୮୬୧୬୦୬୩୪୯।।
🌴🌴🌴🌴🌴🌴🌴🌴🌴🌴
🙏🙏ଜୟ ଜଗନ୍ନାଥ🙏🙏
🪷🪷🪷🪷🪷
ଆସୁଅଛି ମହାବାତ୍ୟା ଦାନା
ବାନ୍ଧି ବାନ୍ଧି ମହାବଳ ଦାନା,
ଭୟଙ୍କର ରୂପ ରେଖ ତାର
କ'ଣ ହେବ ତାହା ନାହିଁ ଜଣା।
(୨)
ଆଗରେ ଆସୁଅଛି ବରଷା
ପଛରେ ମହାବାତ୍ୟା ଆସୁଛି,
କରାଳ କାଳ ପରି ସେହିଯେ
ଲୋକଙ୍କ ମନେ ଶଙ୍କା ଆଣୁଛି।
(୩)
ପ୍ରବଳ ବର୍ଷା ହେଉଛି ଏବେ
ପଦାକୁ ବାହାରି ହେଉ ନାହଁ,
ବର୍ଷାର ମୂଷଳ ଧାରା ସତେ
ସଭିଙ୍କୁ ହନ୍ତସନ୍ତ କଲାଣି।
(୪)
ସମୁଦ୍ର ହୋଇଲାଣି ଅଶାନ୍ତ
ପବନ ବହିବା ଲାଗିଲାଣି,
ଗଁ ଗଁ ଶବ୍ଦରେ କମ୍ପିଯାଉଛି
ଗାଁ ଗାଁ ସହର ନଗର ପୁଣି।
(୫)
ସମୁଦ୍ରରେ ବଡ଼ ବଡ଼ ଢେଉ
କୂଳ ଆଡ଼କୁ ମାଡି ଆସୁଛି,
ଯେମିତିକି ମହାବଳ ବାଘ
ଭୟରେ ସାରା ଦେହ ଥରୁଛି।
(୬)
ଧୀରେ ଧୀରେ ପବନ ବଢୁଛି
ଧୀରେ ଧୀରେ ଭୟବି ବଢୁଛି,
ହୃଦୟର ସ୍ପନ୍ଦନ ବଢୁଛି
ମନରେ ଅସ୍ଥିରତା ଖେଳୁଛି।
(୭)
ବଡ଼ ବଡ଼ ଜୁଆର ଆସିବ
ଲୋକମାନେ ଦେବେ ଘରଛାଡି,
କି ଦୁଃଖର କଥା ଏହା ଅଟେ
ଜୀବନ ସତେ ଯିବକି ଛାଡ଼ି।
(୮)
ମନରେ ଛନକା ପଶୁ ଅଛି
ଈଶ୍ଵରଙ୍କୁ ଡାକ ଶୁଭୁଅଛି,
ମାଟି ଘର ଲୋକେ ଭୟଭୀତ
ସରକାର ଭରସା ଦେଉଛି।
(୯)
ବହିବ ପବନ ବହୁ ଜୋର
ଭାଙ୍ଗିଯିବ ଘର ଦ୍ଵାର ସବୁ,
ଭାଙ୍ଗିବ ଗଛ ଲତା ସବୁ ଯେ
ଭାଙ୍ଗିବ ଲୋକଙ୍କ ମନ ସବୁ।
(୧୦)
ପ୍ରଭୁ ଜଗନ୍ନାଥ ରକ୍ଷା କର
ଏହି ପ୍ରାର୍ଥନା ତୁମକୁ ମୋର,
ଅନାଥର ନାଥ ଦୁଃଖ ହାରୀ
ମହାବାତ୍ୟାରୁ ଉଦ୍ଧାର କର।
🙏🙏ଜୟ ଜଗନ୍ନାଥ🙏🙏
🪷🪷🪷🪷🪷🪷




0 Comments