ମାନସିକତାର ରୂପ ( ଚିତ୍ରାରାଣୀ ପାତ୍ର)




 ।। ମାନସିକତାର ରୂପ।।


ସମାଜରେ ଏବେ ଆତଙ୍କର ରାଜ

କେଉଁଠି  ମିଳେନା ଶାନ୍ତି,

ବାହାର ଦୁନିଆ ଅଶାନ୍ତ ବହୁତ

ସବୁଆଡେ ଭୟ ଭୀତି।।୧।।


ନିର୍ଭୟରେ ଟିକେ ବାଟ ଚାଲିବାକୁ

ପାଉନେ ସାହାସ ଆଜି,

ଦିନ ଦ୍ବିପହରେ ଛିନତାଇ ଚାଲେ

ପ୍ରଶାସକ ବୁଜେ ଆଖି। ୨।।


ଶାସନ ବ୍ୟବସ୍ଥା ଭୁଷୁଡି ପଡିଛି

ବିଶୃଙ୍ଖଳା କରେ ରାଜ,

ତଥାପି ଜନତା ନୀରବେ ଦେଖୁଛି

ଜାଗ୍ରତ ହୁଏନା ଆଜ।।୩।।


ନିଜ ସ୍ୱାର୍ଥ ପଣେ ବାନ୍ଧି ହୋଇସବୁ

ଘର କୋଣେ ବସିଥିବେ, 

ଟିଭି ସିରିଆଲ ଦେଖି ଦେଖି କରି

ଆହା ଚୁ ଚୁ କରୁଥିବେ।।୪।।


ଏଇତ ଆମର ଜାତୀୟ ଚରିତ୍ର

ସମାଜେ ଟେକିଛି ମୁଣ୍ଡ,

ଅରାଜକତାର  ଫାଶରେ ଥିଲେବି

ପିନ୍ଧଇ ମଥା ମୁକୁଟ।।୫।।


ହୋଇଯାଉ ଧ୍ଵଂସ ସଭ୍ୟତା ସଂସ୍କୃତି

ବଞ୍ଚିଯାଉ ନିଜ ମାନ,

ପରମ୍ପରା କଥା କିଏବା ଭାବୁଛି

ସେଥିକି ନ ଥାଏ ଧ୍ୟାନ।।୬।।


ନିଜେ ବଞ୍ଚିଗଲେ ବଞ୍ଚିବ ଭାବନ୍ତି

ବାପାର ନାମ ଗୋଟିକ,

ଶେଷ ହୋଇଯାଉ ଏଜୀବନ ପଛେ

ଅନ୍ତଃ ନହେଉ ନାଟକ।।୭।।

             ***

     ।। ଚିତ୍ରା ରାଣୀ ପାତ୍ର।।

             ।।ବାଲେଶ୍ୱର।।

Post a Comment

0 Comments