ଆହେ କଳା ସାଆନ୍ତ (ଜଣାଣ )
===================
ଆହେ କଳା ସାଆନ୍ତ
ଇଏ ଅଟେ ସବୁ ତୁମରି ନାଟ
ତୁମରି ଭିଆଣ ସୁଖ ଆଉ ଦୁଃଖ
ତୁମ ଦାନ ଅଟେ ଲୁହ ଓ ହସ
କଳା ସାଆନ୍ତ ===== !!
ତୁମେତ କରିଛ ଦେହ ପାଇଁ ରୋଗ
ତୁମେ ତ ଭୋଗାଅ ଏ ସବୁ କଷ୍ଟ
ତୁମେ ଦେଇ ଥାଅ ନରକ ଯନ୍ତ୍ରଣା
ପରଖିବା ପାଇଁ ଧର୍ଯ୍ୟ ସାହସ
ଚିହ୍ନିବା ପାଇଁ ତୁ ତୋର ଭକତ !!
ତୁ ପୁଣି ଦେଉ ଆନନ୍ଦ ଉତ୍ସାହ
ଜୀବନ କୁ ଦେଉ ଶାନ୍ତି ଅମାପ
ନମାଗିବା ଆଗୁ ସବୁ ଯାଚି ଦେଉ
ଧନ ଗୋପ ଲକ୍ଷ୍ମୀ ଆୟୁଷ ଯଶ
ହୋଇଯେ ପାଇଛି ସୁଦାମା ଭକ୍ତ!!
ଜାଣେନାହିଁ ଧର୍ମ ଚିହ୍ନି ନାହିଁ କର୍ମ
ଜାଣି ନାହିଁ କିଛି ମୁଁ ପୂଜା ପାଠ
ମନ୍ତ୍ର ହୀନ ମୁହିଁ ଅଟେ କ୍ରିୟା ହୀନ
ଅଧମ ସନ୍ତାନ ତ ଭାଗବତ
ଏ ଭଵ ସାଗରୁ କର ମୁକତ !!
==========((((((((((((====
ଭାଗବତ ସାହୁ, ଆଶୁକବି, ନାଟ୍ୟକାର
ମା ବୀଣାପାଣି ସାହିତ୍ୟ କୁଟୀର
ଦୋଳପ ଦୀ, ବନ୍ତ, ଭଦ୍ରକ
Mo=9437713276




0 Comments