ରାମାୟଣରେ ଭରତ ଚରିତ
ବାବାଜୀ ଚରଣ ଦାସ
ଶ୍ରୀରାମ, ମୁନି ଶ୍ରେଷ୍ଠ ବଶିଷ୍ଠ, ମିଥିଳା ନରେଶ ଜନକ ଓ ଉପସ୍ଥିତ ସାଧୁ ସମାଜ ସମସ୍ତେ ମନେ ମନେ ଭରତଙ୍କ ଭ୍ରାତୃ ଭକ୍ତି ର ଭୂୟସୀ ପ୍ରଶଂସା କଲେ। ଦୟାଳୁ,ସୁବିଜ୍ଞ,ଧର୍ମ ଧୁରନ୍ଧର, ସତ୍ୟ, ସ୍ନେହ ଓ ସୁଖର
ସାଗର ଶ୍ରୀରାମ କହିଲେ,"ହେ ବତ୍ସ! ତୁମେ ଧର୍ମ ଧୁରନ୍ଧର, ଲୋକ, ବେଦରେ ବିଜ୍ଞ ଓ ପ୍ରେମ ପ୍ରବୀଣ।ହେ ଭରତ!, ତୁମ ପରି ମନ, ବଚନ, କର୍ମରେ ନିର୍ମଳ ସାନଭାଇର ଗୁଣ କିପରି କହି ପାରିବି? ତୁମେ ସୂର୍ଯ୍ୟ ବଂଶର ରୀତିନୀତି, ସତ୍ଯସନ୍ଧ ପିତାଙ୍କ କୀର୍ତ୍ତି ଓ ପ୍ରୀତି, ଶତ୍ରୁ ଓ ମିତ୍ର ସମସ୍ତଙ୍କ କଥା ଜାଣ। ତୁମ ଠାରେ ମୋର ପୂର୍ଣ୍ଣ ଭରସା ରହିଛି। ତଥାପି ମୁଁ ସମୟ ଅନୁସାରେ କହୁଛି।ହେ ଭରତ! ପିତାଙ୍କ ଅବର୍ତ୍ତମାନରେ କେବଳ ଗୁରୁ ବଶିଷ୍ଠଙ୍କ କୃପା ଆମ ଦାୟିତ୍ଵ ସମ୍ଭାଳିଛି। ନହେଲେ ପ୍ରଜା,ପରିଜନ, ପରିବାର ସହିତ ଆମେମାନେ ସମସ୍ତେ ଛାରଖାର ହୋଇ ଯାଇଥାନ୍ତେ। ଆମକୁ ମୁନିବର ବଶିଷ୍ଠ ଓ ମିଥିଳା ଅଧିପତି ରକ୍ଷା କରି ଦେଇଛନ୍ତି। ତୁମେ ପିତା ମାତାଙ୍କ ଆଜ୍ଞା ଓ ଗୁରୁଙ୍କ ଆଜ୍ଞା ପାଳନ କର। ମୋତେ ମଧ୍ୟ ପାଳନ କରିବାର ସୁଯୋଗ ଦେଇ ସୂର୍ଯ୍ୟ ବଂଶର ରକ୍ଷକ ହୁଅ।କଠିନ ସଙ୍କଟ ସହି ପ୍ରଜା ଓ ପରିବାର ବର୍ଗଙ୍କୁ ସୁଖି କରାଅ।ମୋ ବିପତ୍ତିକୁ ସିନା ସମସ୍ତେ ବାଣ୍ଟି ନେଇଛନ୍ତି, କିନ୍ତୁ ତୁମ ପୁରା ଚଉଦ ବର୍ଷର ଅବଧି ବଡ଼ କଠିନ।ଭରତ ହାତ ଯୋଡି ପ୍ରେମ ପୂର୍ବକ ପ୍ରଣାମ କରି କହିଲେ,"ହେ କୃପାଳୁ! ଆପଣଙ୍କ ସହିତ ବନଗମନ ସୁଖ ମୋତେ ମିଳିଲା। ମୁଁ ଜଗତରେ ଜନ୍ମ ଗ୍ରହଣ କରିବାର ଲାଭ ପାଇଲି। ଆପଣ ଯାହା ଆଜ୍ଞା ଦେବେ, ତାହା ଶିରୋଧାର୍ଯ୍ଯ କରି ଆଦରରେ ପାଳନ କରିବି।ହେ ଦେବ!ଗୁରୁଙ୍କ ଆଜ୍ଞା ପାଇ ଆପଣଙ୍କ ଅଭିଷେକ ପାଇଁ ମୁଁ ସକଳ ତୀର୍ଥର ଜଳ ନେଇ ଆସିଛି। ମୋର ଗୋଟିଏ ଅଭିଳାଷ ରହିଛି।ଭୟ ଓ ସଙ୍କୋଚ ପାଇଁ ମୁଁ କହି ପାରୁନି।" ଶ୍ରୀ ରଘୁନାଥ କହିଲେ,"ନିସଙ୍କୋଚରେ କହ ଭାଇ।"ପ୍ରଭୁଙ୍କ ଆଜ୍ଞା ପାଇ ଭରତ କହିଲେ,"ମୁଁ ଚିତ୍ରକୁଟର ପବିତ୍ର ସ୍ଥାନ, ତୀର୍ଥ,ବନ, ବନ୍ୟ ପଶୁପକ୍ଷୀ, ନଦୀ, ପୁଷ୍କରିଣୀ, ଝରଣା,ପର୍ବତ, ବିଶେଷ କରି ପ୍ରଭୁ ପଦ ଅଙ୍କିତ ସ୍ଥାନ ସବୁ ଦେଖି ଆସନ୍ତି।" ଶ୍ରୀରାମ କହିଲେ,"ଅତ୍ରି ମୁନିଙ୍କ ଆଜ୍ଞା ଯେମିତି ହେବ, ସେମିତି ନିର୍ଭୟରେ କାନନ ମଧ୍ୟରେ ଭ୍ରମଣ କର।ହେ ବତ୍ସ ଭରତ! ଅତ୍ରି ମୁନିଙ୍କ ପ୍ରସାଦରୁ ଏହି ବନ ମଙ୍ଗଳପ୍ରଦ ପରମ ପବିତ୍ର ହୋଇ ପାରିଛି।" ପ୍ରଭୁ ଶ୍ରୀରାମଙ୍କ କଥା ଶୁଣି ଭରତ ଅତ୍ରି ମୁନିଙ୍କ ଚରଣରେ ପ୍ରଣାମ କଲେ।
ପଞ୍ଚସଖା ନଗର,ଡୁମୁଡୁମା, ଭୁବନେଶ୍ବର।
ବର୍ତ୍ତମାନ ନୋଇଡାରେ।

0 Comments