।। ବାପା।।
ବାପାର ଡାକରେ ଫୁଲିଉଠେ ଛାତି
ମୋ ଜୀବନ ଆଦ୍ୟାକ୍ଷରେ,
ଆଖି ଖୋଲି ଯେବେ ଦେଖିଲି ପ୍ରଥମେ
ବୋଉ ଧରିଥିଲା କୋଳେ।।
ଅମୃତ ପରଶ ବୋଳି ହୋଇଗଲା
କଅଁଳ ପରଶ ପାଇ,
ବାପାଙ୍କ କଣ୍ଠରୁ ଝରି ପଡୁ ଥିଲା
ମଧୁର ଆବେଗ ଯହିଁ।।
ଧରି ନେଇଥିଲି ସ୍ୱର୍ଗଠାରୁ ବଡ
ବୋଉମ ମମତାମୟୀ,
ବାପାଯେ ମୋହର ଆକାଶଠୁ ବଡ
ପଟାନ୍ତର ତାଙ୍କନାହିଁ।।
ଗୋଟିଚାଲି ଯେବେ ଶିଖାଇଲେ ମୋତେ
କଅଁଳ ହାତମୋ ଧରି,
ଘୋଡାସାଜି ନିଜେ ମାଲିକ ବନାଇ
ମୋମନକୁ ଦେଲେ ଭରି।।
ଯେତେମୁଁ ବର୍ଣ୍ଣିବି ବାପାର ମହିମା
ରହିଯିବ ବାକି କିଛି,
ସ୍ନେହ ଶରଧାର ପାରାବାର ସିଏ
କିଏ ଆଉ ବଡ ଅଛି?।।
***
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ୱର।।




0 Comments