ଗୁହାରି
‐‐‐‐‐‐‐‐‐‐‐‐‐‐‐‐‐
ଗୁହାରି ଟିକେ କରମି ବଲି
ଆଇଛେଁ ହର
ଆଏଁଖ ମୁଜି ଜାଇଛ ବସି
ଭୁଲା ଶଙ୍କର,
ନୁରି ନୁରି ମୁଇଁ ହେଲିନ ହାଲିଆ
ଇ ଦୁଖୁଁ ଉଦ୍ଧାର କର....,!
ବାଘ ଛାଲ ଖଣ୍ଡେ ଦିହେଁ ଗୁରେଇଛ
ଲଙ୍ଗଲା ବୁତଲା ହେଇ,
ଖାର ଗୁରଦେ ବୁଲିତ ହେଇଛ
ରୁଘା ଦୁଖା ବେଶ ହେଇ,
ଦୁନିଆଁଯାକ ଦଉଛ ପାଲୁଛ
ଫିରଭି କାଏଁଟା ଉନାତମର ..!
ନନ୍ଦି ଭୁରକୁଟି ଜୁଗି ବଇଛନ
ଅଠିସର ତମର ଠାନେ,
ପାର୍ବତୀ ମାଁ ସେବାଥି ଲାଗିଛନ
ରାତ ଦିନ ମନ ଧ୍ଯାନେ,
ଇ ସାମ୍ପ ବାପଡା ଦଉଛେ ପହରା
ବେଁକେ ହଇ ଫୁଲ ହାର...!
ଦେବତା ରାଖାସ ଭୁତ ପେତେନ
ଖଟିକରୁଛନ ପୂଜା,
ସମକର ଗୁହାରି କରୁଛୁପୂରଣ
ଉଡୁଅଛେ ବାନା ଧୂଜା,
ହେଲେ ଇ ଗୁଲ ଭି ତ ତୋର
ପାହା ନଉକର
ବାରେ ହେଲେ ରକ୍ଷାକର......!
ଗୋଲକ ବିହାରୀ,ବଉଦ.
ମୋ.୭୩୨୮୮୦୦୯୩୧.




0 Comments