ଖରା
======================
ବର୍ଷ ବର୍ଷ ଧରି ତୁମେପରା ଖରା
ଏହିଧରା ପୃଷ୍ଟେ ଆସ
ତୁମକୁ ଦେଖିଲେ ସଭିଁଏ ତ ଖୁସି
ହୋଇଥାନ୍ତି ଆନନ୍ଦିତ !!
ତୁମେତ ଦେଖାଅ ସଭିଙ୍କୁ ଆଲୋକ
କରପୁଣି କାର୍ଯ୍ୟ ରତ
ନିଜ ପାଇଁ ନିଜେ ଖାଦ୍ୟ ଯୋଗାଡ଼ନ୍ତି
ପଶୁ, ପକ୍ଷୀ, ତରୁ, କୀଟ,!!
ସବୁ ବର୍ଷ ମାସ ସବୁଦିନ ତୁମେ
ଆସ ଏହି ଧରାପୃଷ୍ଟ
ଷଢ଼ ଋତୁରେ ତ ତୁମେ ଦେଖା ଦିଅ
ଭୁଲ ନାହିଁ କେବେ ବାଟ !!
ଗ୍ରୀଷ୍ମ ଋତୁରେ ତୁମେ ଦେଖା ଦିଅ
ଧରି ତୁମ ଉଗ୍ର ରୂପ
ବର୍ଷା ଋତୁରେ ଲୁଚିଛପି ଆସ
କଳା ବଉଦର ପଛ!!
ଶରତ ହେମନ୍ତ ରତୁରେ ତ ତୁମେ
ଧୀରେ ହୁଅ ପରକାଶ
ଶୀତ ତ ଡର ଇ ତୁମ ଆସିବାକୁ
ଆପେ ଛାଡ଼ିଯାଏ ବାଟ !!
ବସନ୍ତ ଅଟଇ ତୁମ ଆପଣାର
ସଦା ଥାଅ ତାର ପାଖ
ମୃଦୁ ମଳୟ ର ମଧୁର ସମୀରେ
ତୁମେତ ମୁରୁକି ହସ !!
ସବୁଦିନେ ତୁମେ ସଭିଙ୍କର ତୁମେ
ଅଟ ଅତି ପିୟ ମିତ୍ର
ତୁମକୁ ଦେଖିଲେ ଜନ ପ୍ରାଣୀଙ୍କର
ବଢ଼ଇ ବଳ ସାହସ !!
======================
ଭାଗବତ ସାହୁ, ଆଶୁକବି, ନାଟ୍ୟକାର
ମା ବୀଣାପାଣି ସାହିତ୍ୟ କୁଟୀର
ଦୋଳପ ଦୀ, ବନ୍ତ, ଭଦ୍ରକ
Mo=9437713276




0 Comments