ରାତି( ଭାଗବତ ସାହୁ)

 


            ରାତି 

 =====================

ରାତି ଅଟ ତୁମେ ସଭିଙ୍କର ପ୍ରିୟ 

 ସବୁ ଜୀବନର ସାଥୀ 

ତୁମେ ଦେଇଥାଅ ସକଳ ପ୍ରାଣ ରେ 

 ଆଦିମ ତନ୍ଦ୍ରା ର ତୃପ୍ତି !!

ତୁମେ ଦେଇଥାଅ କ୍ଲାନ୍ତ ଶରୀରେ 

ଉତଫୁଲତାର ଶାନ୍ତି 

ବିନିଦ୍ର ନୟନେ ଭରିଦିଅ ତନ୍ଦ୍ରା 

ସବୁ ଥକା ଯାଏ ମେଣ୍ଟି !!

ତନ୍ଦ୍ରା ଭରା ସେହି ବୁଜିଲା ନୟନେ 

ତୁମେ କର ସ୍ୱପ୍ନ  ସୃଷ୍ଟି 

ଅଚେତ ଶରୀର ହୁଏ ସତେଜିତ 

ଅଜଣା ଆନନ୍ଦେ ମାତି !!

ତୁମେ ଭରି ଦିଅ ରାତି ଅନ୍ଧାର ରେ 

ପ୍ରେମ ପ୍ରଣୟ ଓ ପ୍ରୀତି 

ଆଦିମ କାମନା ମନରେ ଜଗାଅ 

ମାନବ ଖେଳଇ ନିତି !!

କେବେ କେତେବେଳେ ସ୍ଵଛ ରଜନୀ ରେ 

ଅନ୍ଧାରତ ଦିଅ ଘୋଟି 

ତୁମେ ପୁଣି ତୋଳ ରାତି ଅନ୍ଧାରରେ 

ଅଜଣା ଭୟ ର ତାତି !!

ପ୍ରତି ଜୀବନରେ ତୁମେ ଆସିଥାଏ 

ଜୀବନ ଯାହାର ଅଛି 

ତୁମେ ଦେଇଥାଅ ସକଳ ପରାଣେ 

ଅସୀମ ଆନନ୍ଦ ବାଣ୍ଟି !!

ରାତି ଅଛି ବୋଲି ଦିନଟି ସୁନ୍ଦର 

କଥାରେ ପ୍ରବାଦ ଅଛି 

ଦିନ ପରେ ପୁଣି ତୁମେ ଆସିଥାଏ 

ଚକ ପରି ଘୁରି ନିତି !!

==≠==================

ଭାଗବତ ସାହୁ, ଆଶୁକବି, ନାଟ୍ୟକାର 

ମା ବୀଣାପାଣି ସାହିତ୍ୟ କୁଟୀର 

ଦୋଳପ ଦୀ, ବନ୍ତ, ଭଦ୍ରକ,

ମୋ =9437613276

Post a Comment

0 Comments