ବାତ୍ୟା ଆସୁଛି ହୁଅ ସବୁ ହୁସିଆର ( ଭାଗବତ ସାହୁ)

  



ବାତ୍ୟା ଆସୁଛି  ହୁଅ ସବୁ ହୁସିଆର 

==≠==================

ବାତ୍ୟା ଆସୁଛି ଆମ ଓଡିଶା କୁ 

ହୁଅ ସବୁ ହୁସିଆର 

T, v, ମୋବାଇଲି ରେଡ଼ିଓ କାଗଜ 

ଜଣାଉଛି ବାରମ୍ବାର!!

ପାଣି ପାଗ କହେ ବାତ୍ୟାର ପ୍ରକୋପ 

ହେବ ବୋଲି ଭୟଙ୍କର 

କିଏ କେତେକଥା ଶୁଣେଇ କୁହନ୍ତି 

ଶୁଣି ଛାତି ଥର ହର!!

ଅନେଶୋତ ବାତ୍ୟା ଆତଙ୍କ କୁ କେହି ଭୁଲିନି ମନରୁ ତାର 

ଧନ, ଜନ, ପ୍ରାଣ କେତେକ୍ଷୟ ଗଲେ 

ପତା ମିଳିଲାନି କାର !!

ବାତ୍ୟା ମୁକାବିଲା କରିବା ନିମିତ୍ତ 

ହୁଅ ସବୁ ତତପର 

ଆବଶ୍ୟକ ଚିଜ ଘରେ ଆଣିରଖ 

ନିତି ଯାହା ଦରକାର !!

ଅଟା, ଓ ଚାଉଳ, ମୁଢି ଚୁଡା ଚିନି 

ଜଳେଇବା ପାଇଁ ଜାଳ 

ଡାଲି ଓ ସଉଦା ପିଇବାକୁ ପାଣି 

ରଖ କିରାସିନି ତେଲ !!

ରାତି ଅନ୍ଧାର କୁ ଦୂରେଇବା ପାଇଁ 

ବତୀ ବି ଯୋଗାଡ଼ କର 

ତା ନହୋଲେ ହେବ ହଇରାଣ 

ସେହି ବାତ୍ୟା ସମୟର !!

ବାତ୍ୟା ନାଆଁ ଶୁଣି ଆବଶ୍ୟକ ଚିଜ 

ନିଅଣ୍ଟ ହୁଏ ବଜାର 

ଅସାଧୂ ବେପାରୀ  କୁତ୍ରିମ ଅଭାବ 

କରି ବଢ଼ାଅନ୍ତି ଦର !!

ପ୍ରଶାସନ ନିଅ ତୁରନ୍ତ ନିଷ୍ପତି 

ଦର ନିୟନ୍ତ୍ରଣ କର 

ଆବଶ୍ୟକ ଅଟେ ଯେତେକ ସୁବିଧା

ଯୋଗାଡ଼ନ୍ତୁ ସରକାର !!

ବାତ୍ୟା ବେଳେ ଖାଦ୍ୟ ଚୁଡା ମୁଢି ପାଣି 

ରହିବା ନିମନ୍ତେ ଘର 

ବାତ୍ୟା ର ଆଶ୍ରୟ ସ୍ଥଳୀ ଯେତେ ଅଛି 

ପୁଣି ବିଦ୍ୟାଳୟ ଘର !!

ନଦୀକୂଳେ ଡ଼ଙ୍ଗା ବୋଟ ନାବିକ 

ଉଦ୍ଧାର କାରୀର ଦଳ 

ମାଟି ଘରୁ ଆଣି ପକା ଘରେ ରଖ 

ନଦୀ କୂଳେ ଜାର ଘର !!

ତେବେ ଯାଇ ବାତ୍ୟା ମୁକାବିଲା ହେବ 

ସଭିଁଏ ରହିବେ ଭଲ 

ବାତ୍ୟା ଆସି ପୁଣି ବାତ୍ୟା ଚାଲିଯିବ 

ହେବ ନାହିଁ କ୍ଷତି କାର !!

ଜଗତ ନାଥ ଙ୍କୁ କରୁଛି ଗୁହାରୀ 

ସୁଦୟା ଠାକୁରେ କର 

ଏ ମହାବୀପତୀ ଟଳୁ ଓଡିଶାରୁ 

ହସୁ ଏ ଓଡିଶା ତୋର 

===========((((==((((====

ଭାଗବତ ସାହୁ, ଆଶୁକବି, ନାଟ୍ୟକାର 

ମା ବୀଣାପାଣି ସାହିତ୍ୟ କୁଟୀର 

ଦୋଳପ ଦୀ, ବନ୍ତ, ଭଦ୍ରକ,

Mo=9437713276

Post a Comment

0 Comments