ଆଇଲା ତ ବାତ୍ୟା ଦାନା ମହାକାଳ
===================
ଆଇଲାତ ବାତ୍ୟା ଦାନା ମହାକାଳ
ବୁଡ଼ାଏ ସଭିଙ୍କ ଦାନା
ଉଡେଇ ନିଏ ସେ ସଭିଙ୍କ ଛପର
ଘରେ ରଖି ଲାନି କନା !!
ବରଷା ପାଣିରେ ବୁଡେଇ ଦେଲାସେ
ଭସେଇଲା ସବୁ ସିନା
ଭାସିଯାଏ ଘର ଗଛ ଓ ପତର
ଉଜାଡି କରେ ସେ ଚୁନା !!
ସଭିଙ୍କୁ ରଖିଛି ଭୋକ ଓପାସରେ
ମିଳେନାହିଁ କାରେ ଦାନା
ଅକାଳ ମରଣ ଚିନ୍ତାରେ ସଭିଁଏ
ସମୟ କରନ୍ତି ଗଣା !!
କେବେ ଚାଲି ଯିବ କାହାର ଜୀବନ
କାହାକୁ ତ ନାହିଁ ଜଣା
କିଏ କେତେବେଳେ ହେବ ବାସ ହରା
ଉଜୁଡିବ କାର ଠଣା !!
ମେଘ ଓ ପଵନ ଘଡ ଘଡି ସାଥେ
ଆସିଛି ସେ ବାତ୍ୟା ଦାନା
ପ୍ରଳୟରଟି ସେ ଆତଙ୍କ ଖେଳାଏ
କାହାର ଦୁଃଖ ବୁଝେନା !!
କେହି ପାରନ୍ତିନି ଘରୁତ ବାହାରି
ଯିବା କୁ କରେ ସେ ମନା
ଆଜିତ ଚବିଶି ପଚିଶି ଛବିଶି
ଯିବ ସତେଇଶି ସିନା !!
କାଳିଆ ଦିଅଙ୍କୁ ଘରେ ରହି ଡାକ
ସେ ଯେବେ କରିବେ ଶୁଣା
ସବୁ ବିପଦତ ଆପେ ଟଳି ଯିବ
ଛାଡି ଯିବ ବାତ୍ୟା ଦାନା !!
====================
ଭାଗବତ ସାହୁ, ଆଶୁକବି, ନାଟ୍ୟକାର
ମା ବୀଣାପାଣି ସାହିତ୍ୟ କୁଟୀର
ଦୋଳପ ଦୀ, ବନ୍ତ, ଭଦ୍ରକ
ମୋ =9437713276




0 Comments