ବର୍ଷା ତୁମ କେତେ ରୂପ ( ଭାଗବତ ସାହୁ)

 



ବର୍ଷା ତୁମ କେତେ ରୂପ 

==============

ପ୍ରକୃତିର ବନ୍ଧୁ ତୁମେତ ବରଷା 

ମେଣ୍ଟାଅ ସଭିଙ୍କ ଶୋଷ 

ତୁମେ କର ପୁଣି ସୃଷ୍ଟିର ମଙ୍ଗଳ 

ଜନ ପ୍ରାଣୀଙ୍କର ହିତ !!

ତୁମେ ବରସିଲେ ନଦୀ ପୋଖରୀ ର 

ପୁରିଥାଏ ସବୁ ପେଟ 

ତୋତେ ପାଇ ଚାଷୀ ଚାଷ କରିସେହି 

ବଞ୍ଚଇ ବରଷ ଯାକ !!

ତୁମରି ଋତୁରେ ଧରି ଉଗ୍ର ରୂପ 

ବଢ଼ାଅ ବନ୍ୟା ର କୋପ 

ତୁମେ କରି ଥାଅ ଅମଙ୍ଗଳ ପୁଣି  

ଧନ, ଜନ, ପ୍ରାଣୀ, ନାଶ !!

ବୈଶାଖ ରେ ଯେବେ ଆସ ଏ ଧରାକୁ 

ଖେଳାଅ ତୁମେ ଆତଙ୍କ 

କାଳ ବୈଶାଖୀ ର ରୂପ ନେଇ ତୁମେ 

କରି ଥାଅ ସୃଷ୍ଟି ନଷ୍ଟ !!

ବୁଝିମୁ ପାରେନା କାହିଁକି କେଜାଣି 

ହୋଇଲେ କାର୍ତିକ ମାସ 

ଝଡ଼ ବାତ୍ୟା ଘେନି ଆସ ତ ସାଥିରେ 

ସଭିଙ୍କୁ ଦେବାକୁ କଷ୍ଟ !!

ଦିନକୁ ଦିଦିନ ରହିଲେ ଧରା ରେ 

ସଭିଁଏ ହୁଅନ୍ତି ବ୍ୟସ୍ତ 

କିଏ ପ୍ରତ୍ୟକ୍ଷ ରେ କିଏ ପରୋ କ୍ଷରେ 

ଚାହାଁନ୍ତି ତୋ ଯିବା ବାଟ !!

କବିଟିଏ କରେ ତୋ ଗୁଣ ବର୍ଣ୍ଣନା 

ଦେଇଥାଏ ତୋର ଦୋଷ 

ଅଭିନେତା ପରି କର ଆଭିନୟ 

ବର୍ଷା ତୁମ କେତେ ରୂପ 

======================

ଭାଗବତ ସାହୁ, ଆଶୁକବି, ନାଟ୍ୟକାର 

ମା ବୀଣାପାଣି ସାହିତ୍ୟ କୁଟୀର 

ଦୋଳପ ଦୀ, ବନ୍ତ, ଭଦ୍ରକ,

Mo=9437713276

Post a Comment

0 Comments