।।ମାଆଟିଏ ସାହା ସିଏ।।
ମାଆଟିଏ ସାହା ଟିଏ
ପରିବାରଟିର,
ତୁଳନା ନାହିଁ ତାହାର
ଜଗତ ଭିତର।।
ତଥାପି କାହିକିଁ ଆଜି
ମାଆ ଟିଏ କାନ୍ଦେ?,
ଅସହାୟ ପଣିଆକୁ
ପଣତରେ ବାନ୍ଧେ?।।
ଯେତେ ଲୁହ ଝରେ ତା''ର
ଓଠ ପିଇ ଯାଏ,
ଜାଣିବାକୁ ଦିଏ ନାହିଁ
ସନ୍ତାନକୁ ତା'ର।।
ଏଇତ ମମତା ତାର
ସରଗ ସମାନ,
ପର ଆଗେ କହି ଚାଲେ
ସନ୍ତାନର ଗୁଣ।।
ସେନେହର ପାରାବାର
ଅକ୍ଷୟ ପାତର,
ସରେନା କିଛିବି ତା''ର
ଭଣ୍ଡାରର ଘର।।
***
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ୱର।।




0 Comments