ସକାଳ ଜଣାଣ,ମୋତେ ଭଲ ଲାଗେ( ବିଜୟ କୁମାର ଜେନା)

 

              



  ସକାଳର ଜଣାଣ

ମୋତେ ଭଲ ଲାଗେ

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

ବିଜୟ କୁମାର ଜେନା

ବିଶ୍ଵ ନୀୟନ୍ତାଙ୍କ ଅପୂର୍ବ ସୃଷ୍ଟିରେ

         ମୋତେ ଭଲ ଲାଗେ ଦେଖିବାକୁ

        ମାଟିର ମୋହାଛନ୍ନ ରୂପ ସମ୍ଭାର ବାସନା,

     ପ୍ରସ୍ପୁଟିତ ସୁକୁମାର କଳିର ଅଫୁରନ୍ତ ସୌନ୍ଦର୍ଯ୍ୟ

 ନବଜାତ ଶିଶୁର ସୁକୁମାର ଆନନ 

 ଜ୍ୟୋସ୍ନା ବିଜଡ଼ିତ ରଜନୀ

ମେଘ ମେଦୁର ଆକାଶର ଅପରୂପ ଶୋଭା

ନୀରଦାନ ଦକ୍ଷ ଘନମାଳ

ନବ ପଲ୍ଲବ ଉପରେ ପତିତ ତୁଷାରକାନ୍ତି

 ସତରେ ଏସବୁ ଅମୃତର ଦିବ୍ୟ ଅନୁଭବ।

  ମୋତେ ଭଲ ଲାଗେ

 ଜାୟାର ପ୍ରଣୟ

 ଜନନୀର ସ୍ନେହ

ବୁଧ ବନ୍ଧୁ ସଦାଳାପ

 ଜନକ ଆଦର

ପ୍ରତି କ୍ଷେତ୍ରେ

ପରଖିଛି ଅମୃତ ର ଦିବ୍ୟ ଅନୁଭବ।

 ଭଲ ଲାଗେ ଦେଖିବାକୁ ଟିକି ଚଢେଇ କୁ

 ଟିକି ଗଛ ଡାଳେ ବସେ 

ଅନନ୍ତ ଆକାଶ ଯେଉଁଠି

  ଜହ୍ନ ମାମୁଁ ହସେ

 ଟିକି ବାଛୁରୀର ଫୁକୁରୁ ଫୁକୁର ଚାଲି

 କି ସୁନ୍ଦର ଦିଶେ ରଙ୍ଗିଣୀ ଲତାଟି

        ଟିକି ଟିକି ଫୁଲ ନାଲି।

 ଭାରି ଭଲ ଲାଗେ ହସ ଖୁସି ଭରା

        ବୈକୁଣ୍ଠ ସମାନ ଘର

ଲାଗେ ବଡ ଆପଣାର

   ପରସ୍ପର ସ୍ନେହ ଥାଏ ନିରନ୍ତର।

ସବୁରି ମୂଳରେ ସେହି

         ଏକଇ ଇଶ୍ଵର

ଯେଉଁ ନାମେ ତାଙ୍କୁ ଡାକି ପାର

  ବଞ୍ଚିବାର ଦିବ୍ୟ ଅନୁଭବ

      ଦେଇଛନ୍ତି ପ୍ରତି କ୍ଷଣେ

      ସାରା ଜୀବନର।

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

 ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Post a Comment

0 Comments