ଜଗତ ଠାକୁର (ବିଜୟ କୁମାର ଜେନା)

          

           


  ସକାଳର ଜଣାଣ

  ଜଗତ ଠାକୁର

,,,,,,,,,,,,,,,,,,,,,,,,,,,,,,,,,,,,,,,,

 ବିଜୟ କୁମାର ଜେନା

ଜଗତ ଠାକୁର ହେ କଳା ସାଆନ୍ତ

           ସର୍ବ କାଳେ ତୁମ ସ୍ଥିତି

ତୁମକୁ ଭଜନ୍ତି ତୁମକୁ ଚିନ୍ତନ୍ତି

          ସକଳ ଜୀବାତ୍ମା ନିତି।

ତୁମ ଠାରେ ନାଥ ଭରସା ରଖିଛି

           ଅଳପ ଜୀବନ ନେଇ

ସତ୍ୟ ଧର୍ମ ପଥେ ଚାଳିତ କରିବ

          ତୁମେ ପରା ଭାବ ଗ୍ରାହୀ।

ଭାବରେ ଭାବରେ ବିତି ଯାଉ ଦିନ

            ସଭିଙ୍କୁ କରି ନିଜର

କାହା ମନେ କେବେ ଆଘାତ ଦେବିନି

            ଏତିକି ପ୍ରାର୍ଥନା ମୋର।

ତୁମେ ଏକା ଜାଣ ମୋ ମରଣ କାଳ

            କେବେ ମୁଁ ନେବି ମେଲାଣି

ସଂସାର ଯାତ୍ରାର ପୂର୍ଣ୍ଣ ଛେଦ ହେବ

            ଉଦ୍ଧାରିବ ଚକ୍ରପାଣି।

ଭୁଲି ଯିବ ନାହିଁ ଭକ୍ତ ଭଗବାନ

            ସମ୍ପର୍କ କୁ ଆହେ ନାଥ

ଯୁଗ ଯୁଗାନ୍ତର ଭାବରେ ଭାବରେ

             ଆସୁଥିବ ଜଗନ୍ନାଥ।

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

 ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Post a Comment

0 Comments