ମୋ ନୟନେ ବୋଳିଦେଲ(ଚିତ୍ରା ରାଣୀ ପାତ୍ର)

 

                              




ମୋ 'ନୟନେ ବୋଳିଦେଲ******


ମୋ' ନୟନେ ପ୍ରୀତି ଅଞ୍ଜନ ବୋଳିଲ

ଦେଖିଲି ତୁମରି ରୂପ,

ବିଭୋର ମନରେ ହଜିଗଲି ଯେବେ 

ଲାଗିଲା କଳାର ଛାପ।।


ତ୍ରିଭଙ୍ଗିମା ଠାଣି ହୃଦ ନେଲା କିଣି 

ଟାଣିନେଲା ତୁମ ପାଖ,

ମୋହନ ବଇଁଶୀ ବଜାଇ ସୁରରେ 

ଭିଡ଼ିଲ କିପରି ଦେଖ।।


ପାଟ ପିତାମ୍ବର ମୋ ' ନୀଳ ଶାଢ଼ିରେ 

ଗଣ୍ଠି ପଡ଼ିଗଲା ଯେବେ,

ଜନ୍ମ ଜନ୍ମାନ୍ତର ଆପଣା ହୋଇଲ 

ମୁକୁଳି ପାରିବ କେବେ?।।


ଅନନ୍ତ ଯୁଗରୁ ଚାହିଁଛି ତୁମକୁ 

ଧରାଦେଲ ନିଜେ ଆସି,

ତୁମେ ପରା ସଦା ଭକତ ଅଧୀନ 

ରହିଥିବ ବାରମାସୀ।।


ନିତି ଦେଖୁଥିବି ଅତି ନିକଟରୁ 

କ୍ଷଣେ ମୁଁ ଛାଡ଼ିବି ନାହିଁ,

ଦେବଦାସୀ ହୋଇ ନାଚିବି ରାତିରେ 

 ପଲକେ ସଜାଇ ଦେଇ।।


      ।। ଚିତ୍ରା ରାଣୀ ପାତ୍ର।।

      ।। ବାଲେଶ୍ଵର ।।

Post a Comment

0 Comments