ମୁନୁଷ ଜୀବନର ମହିମା
ଡଃ. ନିତ୍ୟାନନ୍ଦ ଖମାରୀ
ହୀରାକୁଦ, ସମ୍ବଲପୁର
ତୁଇ ହେବୁ ଯେତେ ଧନୀ ହେଇଥା
ମୁଇଁ ଗରିବ୍ ହେଲେ କାଣା ହେଲା
ମଲେ ଜୁଏ ଥି ସଭେ ଜଲମା
ଇଟା ମୁନୁଷ୍ ଜୀବନର୍ ମହିମା ll୧ll
ତୁଇ ଯେତେ ସୋନୋ ପାଉଡର୍
ମାଖି ଗୋରା ହେଲେ ହଉଥା
କଲା ଗୋରା ସଭେ ଯାକ ପୁଡ଼ିଯିମା
ଇଟା ମୁନୁଷ୍ ଜୀବନର୍ ମହିମା ll୨ll
ରଜା ପରଜା ସଭେ ହେମା ଭେଟ୍
ଇଟା ତ ଇ ଦୁନିଆଁର ସତର ଗେଟ୍
ଭାଙ୍ଗି ଯିବା ଗରବ୍ ଗାରିମା
ଇଟା ମୁନୁଷ୍ ଜୀବନର୍ ମହିମା ll୩ll
ତୁମେ ପିନ୍ଧୁଥିବ ସୁନା ରୁପାର୍ ମାଲା
ଦିନେ ରୂପ ହେଇଜିବା ଢିଲା ମେଲା
ସତେ ଆଖିଁର୍ ପାନି ଢାଲମା
ଇଟା ମୁନୁଷ୍ ଜୀବନର୍ ମହିମା ll୪ll
ଜୀବନର୍ ମୁକତି ଗୁଟେ ହିଁ ଭାବନା
ଲକ୍ଷ୍ୟ ଏକା ସଦା ହେଉ ସାଧନା
ରାମ କୃଷ୍ଣ ନାମ୍ ଗାଏମା
ଇଟା ମୁନୁଷ୍ ଜୀବନର୍ ମହିମା ll୫ll
ସଁସାରେ କରୁଥିମା ଏନ୍ତା ଗୁଟେ ନାଟ୍
ଚାଲିଛେ ଗରବ୍ ଅହଁକାରର୍ ହାଟ୍
ଆଗେ ପଛେ ସଭେ ଯିମା
କହ କାଏଁ କରି ଗରବ୍ କରମା
ଇଟା ମୁନୁଷ୍ ଜୀବନର୍ ମହିମା ll୬ll
ସୁରଜ୍ କେବେ ଉଦୁଛେ କେବେ ବୁଡ଼ୁଛେ
ଆଲୋକ୍ ଯାଉଛେ ଆନ୍ଧାର୍ ଆଉଛେ
ଜନମ୍ ହେଲେ ନିଶ୍ଚେ ମରମା
ଡ୍ରାମା ସରଲେ ପଲମା
ଇଟା ମୁନୁଷ୍ ଜୀବନର୍ ମହିମା ll୭ll
ସବୁ ଭୁଲି ମୁନୁଷ୍ କେ ମୁନୁଷ୍ ଭଲିଆ ଦେଖ୍
ରହିଥିବା ତୋହର୍ ସବୁବେଳେ ଟେକ୍
ଏନ୍ତା ଆଉଥିମା ଯାଉଥିମା
ରହେବା ଧରମର୍ ଗାରିମା
ଇଟା ମୁନୁଷ୍ ଜୀବନର୍ ମହିମା ll୮ll
😂😂😂😂😂😂😂😂😂😂
💀👽💀👽💀👽💀👽💀💀




0 Comments