।।କାଳିଆତୁ ବଡ଼ ଛଳିଆ ।।
କାଳିଆତୁ ବଡ଼ ଛଳିଆ ଅଟୁରେ
ବୁଝିମୁଁ ପାରେନି ତୋତେ,
ତୋ ଆଖିରେ କେତେ ମାୟା ଭରିଛିରେ
ବିମୋହିତ ହୁଏ ଏତେ?।।
ତୋ' ସୃଷ୍ଟି ସର୍ଜନା ଏତେ ନିରାଜନା
ଏତେ ବିସ୍ମୟରେ ଭରା,
ଅନନ୍ତ ଆକାଶ ସାଗର ନୀଳିମା
ଅସୀମ ଆଶ୍ଚର୍ଯ୍ୟ ସାରା।।
ଫୁଲର ମହକ ଭରଇ ମାଦକ
ପ୍ରାଣେ ପ୍ରାଣେ ମୋର ଅଙ୍ଗେ,
ସପତ ରଙ୍ଗରେ ରଙ୍ଗେଇ ଦେଉଯେ
ପୁଲକ ଲହଡ଼ି ଭାଙ୍ଗେ।।
ତୋ' କଳା ଡୋଳାର ଅଞ୍ଜନ ଲଗାଇ
ପଲକ ସଜାଇ ଦେଉ,
ମନ ମତାଣିଆ ହସରେ ତୋହର
ଚିତ୍ତକୁ ଚୋରାଇ ନେଉ।।
ଛଳନା ବାହାନା କରେ ଆନମନା
ନିଜକୁମୁଁ ଭୁଲିଯାଏ,
ତୋ' ପ୍ରୀତି ଡୋରରେ ବନ୍ଧା ପଡ଼ିଯାଏ
ଗଣ୍ଠେଇକି ବାନ୍ଧିଦିଏ।।
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ଵର।।




0 Comments