।। ଆସନ୍ତା କାଲି।।
କହିକି ପାରିବ କାଲିର ଶେଷକୁ
କିଏ ଅଛ ବୁଦ୍ଧିମାନ?,
କାଲି ଆସି ପୁଣି କାଲି ସରିଯାଏ
ସମୟସେ ଅନ୍ତହୀନ।।୧।।
ଆଜିର ବାରତା କାଲିକୁ ପୁରୁଣା
ରହିଯାଏ ପୋଥିପରେ,
କାଲିପାଇଁ ଝୁରି ମଣିଷ ହତାଶ
ଦୀର୍ଘଶ୍ୱାସ ଛାଡ଼ି ମରେ।।୨।।
ମହାଶିକ୍ଷା ଦିଏ କାଲି ଶବ୍ଦଟିଏ
ଭୁଲକୁ ସୁଧାରି ଥାଏ,
ଜଗାଇ ଚେତନା ମଣିଷ ପ୍ରାଣରେ
ଆଗକୁ ବାଟ କଢାଏ।।୩।।
କାଲିପାଇଁ କେତେ ହୁଏ ହୀନିମାନ
ମାନ ଇଜ୍ଜତକୁ ବିକେ,
ବିକଳ ମନରେ ନୀରବ ରହିସେ
ସବୁ ତାମସାକୁ ଦେଖେ।।୪।।
ଭାରି ବୋଝ ବୋହି ଆଶାନ୍ତିକୁ ଡ଼ାକି
ମରମରେ ଦହି ହୁଏ,
ଦେଖାଇ ପାରେନା ଛାତିର ଯନ୍ତ୍ରଣା
ଲହୁ ହୃଦୁ ଝରୁଥାଏ।।୫।।
କାଲିର ସଂଜ୍ଞାଟି ଅତି ପୁରାତନ
ବୁଝାଇ କହିବା କଷ୍ଟ,
ହେଲେ ଦେଖାଏସେ ଭବିଷ୍ୟତ ରାସ୍ତା
ଯାହା ଦିଶୁଥାଏ ସ୍ପଷ୍ଟ।।୬।।
।। ଚିତ୍ରା ରାଣୀ ପାତ୍ର।।
ବାଲେଶ୍ଵର




0 Comments